କରୋନା ସଂକ୍ରମଣ ବୃଦ୍ଧି ମଧ୍ୟରେ ୮ ରାଜ୍ୟକୁ କେନ୍ଦ୍ରର ଚିଠି, ଟେଷ୍ଟିଂ, ଟିକାକରଣ ବଢ଼ାଇବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ମାମଲାରେ ହଠାତ୍ ବୃଦ୍ଧି ପାଇବା ପରେ କେନ୍ଦ୍ର ସରକାର ସଂକ୍ରମଣ ହାର ଅଧିକ ଥିବା ୮ଟି ରାଜ୍ୟକୁ ଚିଠି ଲେଖିଛନ୍ତି। କରୋନା ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ଏହି ରାଜ୍ୟଗୁଡ଼ିକୁ ସ୍ପଷ୍ଟ ଭାବରେ କହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଗୁରୁବାର ଦିନ ଦିଲ୍ଲୀ, ହରିୟାଣା, ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଗୁଜୁରାଟ, କର୍ଣ୍ଣାଟକ ଏବଂ ଝାଡଖଣ୍ଡକୁ ଚିଠି ଲେଖି ସମସ୍ତ ପ୍ରତିଷେଧ ମୂଳକ ବ୍ୟବସ୍ଥା କଡ଼ାକଡ଼ି କରିବାକୁ କହିଛନ୍ତି। କରୋନା ଟେଷ୍ଟ ବଢ଼ାଇବା, ଡାକ୍ତରଖାନା ସ୍ତରର ପ୍ରସ୍ତୁତିକୁ ମଜବୁତ କରିବା, ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ବ୍ୟାପକତା ବୃଦ୍ଧି କରିବାକୁ ସେ ଏହି ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି |

କେନ୍ଦ୍ରର ଏହି ଚେତାବନୀ ଏପରି ଏକ ସମୟରେ ଆସିଛି ଯେତେବେଳେ ଗୁରୁବାର ଦେଶରେ ୧୩,୧୫୩ ନୂଆ କୋଭିଡ ମାମଲା ପଞ୍ଜିକୃତ ହୋଇଛି। ଗୁରୁବାର ଭାରତରେ ଓମିକ୍ରନ୍ ମାମଲା ମଧ୍ୟ ୯୬୧କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇରେ ମାମଲା ଗୁରୁତର ବୃଦ୍ଧି ଘଟିଥିବାବେଳେ ଗୁରୁଗ୍ରାମ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଏବଂ ଅହମ୍ମଦାବାଦ ଭଳି ସହର ମଧ୍ୟ ପଛରେ ନାହିଁ।

Comments are closed.