ଓଡ଼ିଶା ସମେତ ୯ ରାଜ୍ୟକୁ କରୋନା ଟେଷ୍ଟିଂ ବଢ଼ାଇବାକୁ କହିଲା କେନ୍ଦ୍ର

ନୂଆଦିଲ୍ଲୀ: ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ସହ ଅଧିକ ଲକ୍ଷଣ ବିହୀନ ମାମଲା ବଢୁଥିବାରୁ କେନ୍ଦ୍ର ସରକାର ନଅଟି ରାଜ୍ୟକୁ କରୋନା ଟେଷ୍ଟ ବଢାଇବାକୁ କହିଛନ୍ତି । ଏକ ଚିଠିରେ କେନ୍ଦ୍ର ସରକାର ତାମିଲନାଡୁ, ପଞ୍ଜାବ, ଓଡିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମିଜୋରାମ, ମେଘାଳୟ, ଜାମ୍ମୁ କାଶ୍ମୀର ଏବଂ ବିହାରେ କରୋନା ଟେଷ୍ଟିଂ ହାର କମିବା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି |

ଜାନୁୟାରୀ ୫ ତାରିଖରେ ଲେଖାଯାଇଥିବା ଏହି ଚିଠିରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ କହିଛନ୍ତି ଯେ ପର୍ଯ୍ୟାପ୍ତ ଟେଷ୍ଟିଂ ବିନା ଗୋଷ୍ଠୀ ସଂକ୍ରମଣର ପ୍ରକୃତ ସ୍ତର ନିର୍ଣ୍ଣୟ କରିବା ଅସମ୍ଭବ। ସେ କହିଛନ୍ତି, ଓମିକ୍ରନ୍‌ରେ ଅଧିକ ମାମଲା ସାମ୍ନାକୁ ଆସୁଛି ଏବଂ ଟିକାକରଣ ହାର ସତ୍ତ୍ୱେ ଅଧିକାଂଶ ଦେଶରେ କରୋନା ସ୍ଥିତିର ମୁକାବିଲା ପାଇଁ ନିରନ୍ତର ସତର୍କତା ଏବଂ ପ୍ରୟାସର ଆବଶ୍ୟକତା ରହିଛି।

ଅତିରିକ୍ତ ସଚିବ କହିଛନ୍ତି ଯେ, “ଓମିକ୍ରନରେ ସଂକ୍ରମିତ
ଅଧିକାଂଶ ଲୋକଙ୍କର କୌଣସି ଲକ୍ଷଣ ପ୍ରକାଶ ପାଉନାହିଁ । ଏହାକୁ ଦୃଷ୍ଟିରେ ରଖି ରୋଗୀ ସଂକ୍ରମିତ ହେବା ମାତ୍ରେ ତୁରନ୍ତ ସ୍କ୍ରିନିଂ କରାଯିବା ଉଚିତ । ଯାହା ଦ୍ଵାରା ସେହି ରୋଗୀ ଅନ୍ୟକୁ ସଂକ୍ରମିତ କରିବାରୁ ରୋକଯାଇ ପାରିବ ।

Comments are closed.