ସୁପ୍ରିମକୋର୍ଟଙ୍କ ସମାଲୋଚନା ପରେ ଟ୍ରିବ୍ୟୁନାଲ୍ ନିଯୁକ୍ତିକୁ କେନ୍ଦ୍ରର ମଞ୍ଜୁରି

ନୂଆଦିଲ୍ଲୀ: ଟ୍ରିବ୍ୟୁନାଲ ସଂସ୍କାର ଆଇନ ଏବଂ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟ ତୀବ୍ର ଅସନ୍ତୋଷ ପ୍ରକାଶ କରିବାର ପାଞ୍ଚ ଦିନ ପରେ କେନ୍ଦ୍ର ନ୍ୟାସନାଲ କମ୍ପାନୀ ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି) ଏବଂ ଇନକମ ଟ୍ୟାକ୍ସ ଆପିଲେଟ ଟ୍ରିବ୍ୟୁନାଲ(ଆଇଟିଏଟି)ରେ ନ୍ୟାୟିକ ତଥା ଟେକ୍ନିକାଲ ସଦସ୍ୟଙ୍କୁ ନିଯୁକ୍ତି ପାଇଁ ମଞ୍ଜୁରି ଦେଇଛି | ବାରମ୍ବାର ଆଦେଶ ସତ୍ତ୍ୱେ ଟ୍ରିବ୍ୟୁନାଲରେ ଖାଲି ପଡିଥିବା ପଦ ପୂରଣ ହୋଇନଥିବାରୁ ସେପ୍ଟେମ୍ବର ୬ରେ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ ବର୍ଷିଥିଲେ ।

ଟ୍ରିବ୍ୟୁନାଲ ସଂସ୍କାର ଆଇନ ଏବଂ ଟ୍ରିବ୍ୟୁନାଲରେ ଅଧ୍ୟକ୍ଷ ତଥା ସଦସ୍ୟଙ୍କ ନିଯୁକ୍ତିରେ ବିଳମ୍ବ ନେଇ ଅସନ୍ତୋଷ ବ୍ୟକ୍ତ କରି ପ୍ରଧାନ ବିଚାରପତି ଏନ.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ସୁପ୍ରିମକୋର୍ଟର ତିନିଜଣିଆ ଏକ ଖଣ୍ଡପୀଠ କହିଥିଲେ ଯେ ଆପଣ (କେନ୍ଦ୍ର ସରକାର) ଆମର ଧୈର୍ଯ୍ୟ ପରୀକ୍ଷା କରୁଛନ୍ତି। ଏହି କୋର୍ଟର ଆଦେଶ ପ୍ରତି କେନ୍ଦ୍ରର କୌଣସି ସମ୍ମାନ ନଥିବା ଆମର ମନେ ହେଉଛି ।

Comments are closed.