କରୋନା କଟକଣା ନଭେମ୍ବର ୩୦ ଯାଏଁ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ: ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦେଶବ୍ୟାପୀ କରୋନା କଟକଣାକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛି। ପାର୍ବଣ ଋତୁରେ କରୋନା ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ବିଶେଷଜ୍ଞ ମାନେ ପୂର୍ବରୁ ଚେତାବନୀ ଦେଇ କହିଛନ୍ତି ଯେ କୌଣସି ପ୍ରକାର ଅବହେଳା ପୁଣି ଥରେ ଏକ ବଡ଼ ବିପଦକୁ ଆମନ୍ତ୍ରଣ କରିପାରେ | ଛଠ୍ ପୂଜା ଏବଂ ଦୀପାବଳି ଭଳି ପର୍ବ ପରେ ମାମଲା ବଢ଼ିବାର ଆଶଙ୍କା କରାଯାଉଛି । କାରଣ ଗତ ବର୍ଷ ମଧ୍ୟ ପାର୍ବଣ ଋତୁ ପରେ ଦେଶରେ ହଠାତ୍ ସଂକ୍ରମଣ ଉପରମୁହାଁ ହୋଇଥିଲା । ଭୟଙ୍କର ଦ୍ବିତୀୟ ଲହରରେ ବହୁ ଲୋକଙ୍କ ଜୀବନ ଯାଇଥିଲା ‌। ଅଧିକାଂଶ ରାଜ୍ୟରେ ଲକଡାଉନ୍ ସ୍ଥିତି ସୃଷ୍ଟି ହୋଇଥିଲା ।

ଗତ ଦୁଇ ଦିନ ଧରି ଦେଶରେ କରୋନା ମାମଲା ପୁଣି ଥରେ ବଢ଼ବାରେ ଲାଗିଛି। କେବଳ ଦୈନିକ ମାମଲା ବୃଦ୍ଧି ପାଉନାହିଁ, ବରଂ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧୬,୧୫୬ ନୂଆ ମାମଲା ରୁଜୁ ହୋଇଥିବା ବେଳେ ୭୩୩ ଜଣଙ୍କର ମୃତ୍ୟୁ ହୋଇଛି।

Comments are closed.