କରୋନା ରୋଗୀଙ୍କ ଗୃହ ପୃଥକବାସ ପାଇଁ କେନ୍ଦ୍ର ଜାରି କଲା ସଂଶୋଧିତ ଗାଇଡ ଲାଇନ୍

ନୂଆଦିଲ୍ଲୀ,: ଗୃହ ପୃଥକବାସ ପାଇଁ କେନ୍ଦ୍ର ସରକାର ବୁଧବାର ସାମାନ୍ୟ ଲକ୍ଷଣ ଏବଂ ଲକ୍ଷଣ ବିହୀନ କରୋନା ରୋଗୀଙ୍କ ପାଇଁ ସଂଶୋଧିତ ଗାଇଡ ଲାଇନ୍ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତ ଦୁଇ ବର୍ଷ ମଧ୍ୟରେ ଦେଖାଯାଇଛି ଯେ ଅଧିକାଂଶ କୋଭିଡ-୧୯ ମାମଲା ବିନା ଲକ୍ଷଣ କିମ୍ବା ହାଲୁକା ଲକ୍ଷଣର । ଏପରି ରୋଗୀମାନେ ସାଧାରଣତଃ ଉପଯୁକ୍ତ ଚିକିତ୍ସା ପରାମର୍ଶ ଏବଂ ମନିଟରିଂ ସହିତ ଘରେ ସୁସ୍ଥ ହୁଅନ୍ତି |

କେନ୍ଦ୍ର ସରକାରଙ୍କ ଦ୍ଵାରା ଜାରି ସଂଶୋଧିତ ଗାଇଡ ଲାଇନରେ କୁହାଯାଇଛି ଯେ କରୋନା ଟେଷ୍ଟରେ ପଜିଟିଭ୍ ଚିହ୍ନଟ ହେବାର ୭ ଦିନ ଏବଂ କ୍ରମାଗତ ୩ ଦିନ ଜ୍ୱର ନ ହେଲେ ଗୃହ ପୃଥକବାସ ଅବଧି ଶେଷ ହେବ ଏବଂ ରୋଗୀ ଡିସଚାର୍ଜ ହେବେ। ଗୃହ ପୃଥକବାସ ଅବଧି ଶେଷ ହେବା ପରେ ରୋଗୀକୁ ପୁଣି କୋଭିଡ୍ ଟେଷ୍ଟ କରିବାର ଆଉ ଆବଶ୍ୟକତା ନାହିଁ |

Comments are closed.