ନ୍ୟାୟପାଳିକାରେ ଭିତ୍ତିଭୂମିର ଅଭାବ ଓ ଖାଲି ପଡ଼ିଥିବା ପଦକୁ ନେଇ ପ୍ରଧାନ ବିଚାରପତିଙ୍କ ଉଦବେଗ

ନୂଆଦିଲ୍ଲୀ: ଭାରତର ପ୍ରଧାନ ବିଚାରପତି ଏନଭି ରମନ୍ନା ଦେଶରେ ଅଦାଲତର ଅଭାବ ନେଇ ଚିନ୍ତା ପ୍ରକଟ କରିଛନ୍ତି। ପର୍ଯ୍ୟାପ୍ତ ସଂଖ୍ୟକ କୋର୍ଟର ବ୍ୟବସ୍ଥା ହେଲେ ହିଁ ନ୍ୟାୟ ସମ୍ଭବ ବୋଲି ସେ କହିଛନ୍ତି। ଏହାଛଡା ସେ ଟ୍ରିବ୍ୟୁନାଲରେ ଖାଲି ପଡ଼ିଥିବା ପଦକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି । ଭିତ୍ତିଭୂମିର ଅଭାବ ଯୋଗୁଁ ନ୍ୟାୟପାଳିକା ଉପରେ ବୋଝ ବଢ଼ିବାରେ ଲାଗିଛି ବୋଲି ଜଷ୍ଟିସ ରମନ୍ନା କହିଛନ୍ତି।

ନିକଟରେ ଜଷ୍ଟିସ ରମନ୍ନା ବିଚାରପତିଙ୍କ ଛବି ଖରାପ କରିବା ପାଇଁ ସରକାରଙ୍କ ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଛି ବୋଲି କ୍ଷୋଭର ସହ କହିଥିଲେ ।

ପ୍ରଧାନ ବିଚାରପତି ଶୁକ୍ରବାର ତେଲେଙ୍ଗାନା ଷ୍ଟେଟ୍ ଜୁଡିସିଆଲ୍ କନଫରେନ୍ସକୁ ସମ୍ବୋଧନ କରିଥିଲେ | ଏହି କାର୍ଯ୍ୟକ୍ରମ ଅବସରରେ ସେ କହିଛନ୍ତି, “ନ୍ୟାୟପାଳିକାର ଭିତ୍ତିଭୂମିର ଅଭାବ ଏବଂ ଖାଲି ପଡ଼ିଥିବା ପଦ ମୁଖ୍ୟ ଚିନ୍ତାର ବିଷୟ। ନ୍ୟାୟ ସେବେ ସମ୍ଭବ ହେବ ଯେବେ ଆମେ ପର୍ଯ୍ୟାପ୍ତ ସଂଖ୍ୟକ ନ୍ୟାୟାଳୟ … ଆମର ନ୍ୟାୟପାଳିକା ଅତ୍ୟଧିକ ଭାରପ୍ରାପ୍ତ ହୋଇସାରିଛି। ‘

ପ୍ରଧାନ ବିଚାରପତି ସର୍ବସାଧାରଣରେ ନ୍ୟାୟାଳୟ ଭିତ୍ତିଭୂମି ବିଷୟରେ ଦାୟିତ୍ବ ଗ୍ରହଣ କରିବା ଠାରୁ କହିଆସୁଛନ୍ତି | ଚଳିତ ବର୍ଷ ସୁପ୍ରିମକୋର୍ଟଙ୍କ ପରାମର୍ଶ ସତ୍ତ୍ୱେ ଖାଲି ପଡିଥିବା ପଦ ପୂରଣ ନକରିବା ନେଇ ସେ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ।

Comments are closed.