କୋରୋନା କଟକଣା ମଧ୍ୟରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ, ଦିବଂଗତ ନେତାଙ୍କ ପ୍ରତି ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର- କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଆବାସିକ କାର୍ଯ୍ୟାଳୟରୁ ଭିଡିଓ କନଫରେନସିଂ ମାଧ୍ୟମରେ ଅଧିବେଶନରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ପ୍ରଥମ ଦିନରେ ଗୃହରେ ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ ହୋଇଛି । ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରୁ ଭିଡିଓ କନଫରେନସିଂ ଜରିଆରେ ୬ ବିଧାୟକ ଅଧିବେଶନର ପ୍ରଥମ ଦିନରେ ସାମିଲ ହୋଇଛନ୍ତି ।

ଅକ୍ଟୋବର ୭ ତାରିଖ ଯାଏଁ ବିଧାନସଭାର ମୌସୁମୀ ଅଧିବେଶନ ଚାଲିବ । ରବିବାର ଦିନ ବି ଗୃହକାର୍ଯ୍ୟ ଚାଲିବ । ଦୁଇଟି ପର୍ଯ୍ୟାୟରେ ଗୃହକାର୍ଯ୍ୟ ଚାଲିବ ।

Comments are closed.