ମୁମ୍ବାଇରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶା ଇନଭେଷ୍ଟର୍ସ ମିଟ୍ ଅବସରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ମୁକେଶ ଅମ୍ବାନୀଙ୍କୁ ଓଡ଼ିଶାରେ ଥିବା ବ୍ୟାପକ ନିବେଶ ସୁଯୋଗର ଲାଭ ନେବାକୁ କହିଛନ୍ତି। ଅମ୍ବାନୀଙ୍କ ସହ ଆଲୋଚନା ବେଳେ ବିଭିନ୍ନ ଶିଳ୍ପ ପାଇଁ ଓଡ଼ିଶାରେ ଥିବା ଅନୁକୂଳ ବାତାବରଣ ସଂପର୍କରେ ତାଙ୍କୁ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ।

Comments are closed.