ସୋନିଆଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଆସିଲା ଅପଡେଟ୍, କୋଭିଡ୍ ସଂକ୍ରମଣ ପରେ ନାକରୁ ହୋଇଥିଲା ରକ୍ତସ୍ରାବ

ନୂଆଦିଲ୍ଲୀ: କରୋନା ସଂକ୍ରମିତ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଅପଡେଟ୍ ଜାରି କରିଛନ୍ତି କଂଗ୍ରେସ ନେତା ତଥା ଦଳର ମିଡ଼ିଆ ମୁଖ୍ୟ ଜୟରାମ ରମେଶ । ସେ କହିଛନ୍ତି, ସୋନିଆଙ୍କ ନାକରୁ ରକ୍ତସ୍ରାବ ହେବା ପରେ ଜୁନ୍ ୧୨ ରେ ତାଙ୍କୁ ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଜରୁରୀ ଚିକିତ୍ସା କରାଯାଇଥିଲା ।

ସୋନିଆ ଗୁରୁବାର ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ପରେ ତାଙ୍କର ଶ୍ବାସନଳୀରେ ଫଙ୍ଗଲ୍ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା ।
ଜୟରାମ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ଚିକିତ୍ସା ବର୍ତ୍ତମାନ ଚାଲିଛି । କୋଭିଡ୍ ପରେ ତାଙ୍କର ଆଉ କିଛି ସମସ୍ୟା ରହିଛି। ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି।

Comments are closed.