ରାଜସ୍ଥାନ ନିର୍ବାଚନ: କଂଗ୍ରେସ ଜାରି କଲା ୩୩ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା, ରହିଛି ଗେହଲୋଟ୍ ଓ ପାଇଲଟଙ୍କ ନାମ

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶେଷରେ ୩୩ ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସହ ବିଧାନସଭା ବାଚସ୍ପତି ସିପି ଯୋଶୀ ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ନାମ ମଧ୍ୟ ରହିଛି।

କଂଗ୍ରେସର ପ୍ରଥମ ପ୍ରାର୍ଥୀ ତାଲିକା ଅନୁଯାୟୀ ଗେହଲୋଟଙ୍କୁ ତାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ସର୍ଦ୍ଦାରପୁରରୁ ପ୍ରାର୍ଥୀ କରାଯାଇଛି। ପାଇଲଟ ପୁଣି ଟଙ୍କରୁ ନିର୍ବାଚନ ଲଢ଼ିବେ।

ବିଧାନସଭା ବାଚସ୍ପତି ପିସି ଯୋଶୀଙ୍କୁ ବର୍ତ୍ତମାନର ତାଙ୍କ ନିର୍ବାଚନମଣ୍ଡଳୀ ନାଥଦ୍ୱାରରୁ ପ୍ରାର୍ଥୀ କରାଯାଇଛି।

ପୂର୍ବତନ ମନ୍ତ୍ରୀ ହରିଶ ଚୈଧୁରୀଙ୍କୁ ବାୟତୁରୁ ଓ ଦାନିସ୍ ଅବରାରଙ୍କୁ ସୱାଇ ମାଧୋପୁରରୁ ଟିକେଟ୍ ଦିଆଯାଇଛି।

ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ ଉପରେ ଗତ ବୁଧବାର କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟି (ସିଇସି) ବୈଠକ ଅନୁଷ୍ଠିତ ‌ହୋଇଥିଲା।

ରାଜସ୍ଥାନର ସମସ୍ତ ୨୦୦ ବିଧାନସଭା ଆସନରେ ନଭେମ୍ବର ୨୫ରେ ଭୋଟ୍ ଗ୍ରହଣ ହେବ । ଡିସେମ୍ବର ୩ରେ ଘୋଷଣା ହେବ ଫଳାଫଳ ।

Comments are closed.