ବିବାହ ସଂସ୍କାର ବିଲକୁ ବିରୋଧ କରିବ କଂଗ୍ରେସ

ନୂଆଦିଲ୍ଲୀ: ଝିଅମାନଙ୍କ ବିବାହ ବୟସ ବଢାଇବା ସଂକ୍ରାନ୍ତୀୟ ବିଲ୍ ଆଜି ସଂସଦରେ ଉପସ୍ଥାପନ କରାଯିବ। ଏହି ବିଲକୁ କଂଗ୍ରେସ ବିରୋଧ କରିବ ବୋଲି ଦଳର ସାଧାରଣ ସଚିବ (ସଂଗଠନ) କେସି ବେଣୁଗୋପାଳ କହିଛନ୍ତି ।

ସରକାର ଝିଅଙ୍କ ବିବାହ ପାଇଁ ସର୍ବନିମ୍ନ ବୟସକୁ ୨୧ ବର୍ଷକୁ ବଢ଼ାଇବା ନିଷ୍ପତ୍ତିକୁ ସନ୍ଦେହଜନକ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି। କଂଗ୍ରେସ ନେତା କହିଛନ୍ତି ଯେ ସରକାରଙ୍କ ଏହି ପ୍ରସ୍ତାବକୁ ବିଭିନ୍ନ ମହିଳା ପ୍ରତିନିଧୀ ତଥା ସଂଗଠନ ତୀବ୍ର ସମାଲୋଚନା କରିଛନ୍ତି ଏବଂ ଏହାକୁ ଅଣବୈଜ୍ଞାନିକ ଏବଂ ଅବାସ୍ତବ ବୋଲି ପ୍ରତ୍ୟାଖ୍ୟାନ କରିଛନ୍ତି |

ରବିବାର ଏକ ଜାତୀୟ ଖବରକାଗଜ ସହ ସାକ୍ଷାତକାରରେ ବେଣୁଗୋପାଲ ଯୁବତୀଙ୍କ ଶିକ୍ଷାଗତ ତଥା ଅର୍ଥନୈତିକ ଉନ୍ନତି ପାଇଁ ସରକାର କଣ ପଦକ୍ଷେପ ନେଇଛନ୍ତି (ବିଶେଷକରି ଗ୍ରାମାଞ୍ଚଳରେ) ବୋଲି ପ୍ରଶ୍ନ ଉଠାଇଛନ୍ତି । ଖାଲି ସେତିକି ନୁହେଁ, ଏହି ପ୍ରସ୍ତାବ ଆଣିବା ପୂର୍ବରୁ ସରକାର ବିଭିନ୍ନ ହିତାଧିକାରୀଙ୍କ ସହ ଉପଯୁକ୍ତ ଆଲୋଚନା କରିନାହାଁନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ କଂଗ୍ରେସ ଦଳ ସରକାରଙ୍କ ଆଣୁଥିବା ଏହି ବିଲ୍ ର ବିରୋଧ କରିବ ବୋଲି ସେ କହିଛନ୍ତି।

ଗାନ୍ଧୀ ପରିବାରର ବିଶିଷ୍ଟ ରାଜନୈତିକ ସହାୟକ ବେଣୁଗୋପାଳ ମଧ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ସେ କହିଛନ୍ତି, “ଯଦି ମୋଦି ସରକାର ଗମ୍ଭୀର ଏବଂ ମହିଳା ସଶକ୍ତିକରଣ ପାଇଁ ପ୍ରତିଶ୍ରୁତିବଦ୍ଧ, ତେବେ ଦୀର୍ଘ ଦିନ ଧରି ବିଚାରାଧୀନ ମହିଳା ସଂରକ୍ଷଣ ବିଲ୍ ତୁରନ୍ତ ଆଣିବା ଉଚିତ୍।

Comments are closed.