ରାଜ୍ୟରେ ଶୀତ ଲହରୀ ଜାରି, ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ, ଦାରିଙ୍ଗବାଡି ସବୁଠାରୁ ଥଣ୍ଡା

ଭୁବନେଶ୍ୱର- ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ହ୍ରାସ ପାଇଛି ରାତିର ତାପମାତ୍ରା । ରାଜ୍ୟର ୧୩ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ୪ ଡିଗ୍ରୀ ସହ ଓଡିଶାର କାଶ୍ମୀର ଦାରିଙ୍ଗବାଡି ସବୁଠାରୁ ଥଣ୍ଡା ସହର ହୋଇଛି । ଝାରସୁଗୁଡାରେ ରାତିର ତାପମାତ୍ରା ୫ ଦଶମିକ ୬ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୬ ଦଶମିକ ୫, ସୋନପୁରରେ ୬ ଦଶମିକ ୯, କେନ୍ଦୁଝରରେ ୭ ଦଶମିକ ୪ ଡିଗ୍ରୀ ସେଲସିୟସ ରହିଛି । ଆଗାମୀ ଦୁଇ ତିନି ଦିନ ରାଜ୍ୟରେ ଶୀତ ପ୍ରକୋପ ଜାରି ରହିବ ବୋଲି ପାଣିପାଗ ବିଭାଗ କହିଛି ।

Comments are closed.