କରୋନା ଅପଡେଟ୍: ଦେଶରେ ଆଉ ୪୨,୬୧୮ ନୂଆ ମାମଲା ଚିହ୍ନଟ, ସକ୍ରିୟ ମାମଲା ପୁଣି ଥରେ ୪ ଲକ୍ଷ ଉପରେ

ନୂଆଦିଲ୍ଲୀ: ଦେଶରେ କରୋନା ଗ୍ରାଫ୍ ପୁଣି ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨,୬୧୮ ନୂଆ ମାମଲା ରୁଜୁ ହୋଇଛି। ଦିନକରେ ଏହି ରୋଗରେ ଆଉ ୩୩୦ ଜଣଙ୍କର ମୃତ୍ୟୁ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬ ହଜାର ୩୮୫ ଲୋକ ସୁସ୍ଥ ହୋଇଛନ୍ତି | ଏଥିସହ ମୋଟ ସୁସ୍ଥ ଲୋକଙ୍କ ସଂଖ୍ୟା ତିନି କୋଟି ୨୧ ଲକ୍ଷକୁ ବୃଦ୍ଧି ପାଇଛି। ଦେଶରେ ଏବେ ସକ୍ରିୟ ମାମଲା ୪ ଲକ୍ଷ ୫ ହଜାର ୬୮୧କୁ ବୃଦ୍ଧି ପାଇଛି |

ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୩ କୋଟି ୨୯ ଲକ୍ଷ ୪୬ ହଜାର ୯୦୭ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୦ ହଜାର ୨୨୫ ଜଣଙ୍କର ମୃତ୍ୟୁ ଘଟିଛି।

ଗତକାଲି ଦେଶରେ ୫୮ ଲକ୍ଷ ୮୫ ହଜାର ୬୮୭ ଡୋଜ କରୋନା ଟିକା ଦିଆଯାଇଥିଲା। ଯାହା ପରେ ମୋଟ ଟୀକାକରଣ ସଂଖ୍ୟା ୬୮ କୋଟି ୭୨ ଲକ୍ଷ ୧୧ ହଜାର ୨୦୫ରେ ପହଞ୍ଚିଛି।

Comments are closed.