ସୁଟର ମନୀଷ ଓ ସିଂହରାଜଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଟୋକିଓ ପାରା ଅଲିମ୍ପିକ୍ସ ସୁଟିଂରେ ଆଜି ସ୍ୱର୍ଣ୍ଣ ପଦକ ଜିତିଥିବା ମନୀଷ ନରୱାଲ ଓ ରୌପ୍ୟ ପଦକ ଜିତିଥିବା ସିଂହରାଜ ଅଧାନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନଙ୍କ ସଫଳତାରେ ଦେଶ ବେଶ୍ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭବିଷ୍ୟତରେ ଏହି ଦୁଇ ସୁଟରଙ୍କ ଅଧିକ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଚଏସ -୧ ବର୍ଗରେ ୫୦ ମିଟର ଏୟାର ପିସ୍ତଲ ଇଭେଂଟରେ ମନୀଷ ସ୍ୱର୍ଣ୍ଣ ଓ ସିଂହରାଜ ରୌପ୍ୟ ପଦକ ହାସଲ କରିଛନ୍ତି ।

Comments are closed.