କରୋନା ଅପଡେଟ୍‌: କ୍ରମାଗତ ଦ୍ୱିତୀୟ ଦିନ ଦେଶରେ ୩୦ ହଜାରରୁ କମ୍ ମାମଲା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ୩୦ ହଜାରରୁ କମ୍ ମାମଲା ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟାରେ ଆଉ ୨୫,୪୬୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକରେ ଏହି ରୋଗରେ ଆଉ ୩୫୪ ଜଣଙ୍କ ମୃତ୍ୟୁ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଦ୍ୱାରା ଜାରି ତଥ୍ୟ ଅନୁଯାୟୀ କରୋନାରୁ ଆଉ ୩୯,୪୮୬ ଲୋକ ସୁସ୍ଥ ହୋଇଛନ୍ତି । ଏଯାବତ୍ ଏହି ରୋଗରୁ ୩ କୋଟି ୧୭ ଲକ୍ଷ ୨୦ ହଜାର ୧୧୨ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ମୋଟ କରୋନା ମାମଲା ୩ କୋଟି ୨୪ ଲକ୍ଷ ୭୪ ହଜାର ୭୭୩କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୪ ଲକ୍ଷ ୩୫ ହଜାର ୧୧୦ ଲୋକଙ୍କ ମୃତ୍ୟୁ ହୋଇଛି । ଏବେ ଦେଶରେ ୩ ଲକ୍ଷ ୫୫୧ ସକ୍ରିୟ ମାମଲା ଅଛି ।

ସମଗ୍ର ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ମୁତାବକ ଅଗଷ୍ଟ ୨୩ ସୁଦ୍ଧା ସାରା ଦେଶରେ ମୋଟ ୫୮ କୋଟି ୮୯ ଲକ୍ଷ ୯୭ ହଜାର ୮୦୫ ଟିକା ଡୋଜ୍ ଦିଆଯାଇଛି ।

Comments are closed.