ରାଜ୍ୟରେ ୨ ହଜାର ୯୪୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ରେକର୍ଡ ୫୮୯, ଗଂଜାମରେ ପୁଣି ଥରେ ୨ ଶହ ତଳେ ସଂକ୍ରମଣ ସଂଖ୍ୟା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଆଉ ୨ ହଜାର ୯୪୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧ ହଜାର ୮୨୬ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୧୨୩ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୪୭୯କୁ ବୃଦ୍ଧି ପାଇଛି ।

କଟକ ଜିଲ୍ଲାରେ ରେକର୍ଡ ସଂଖ୍ୟକ ୫୮୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ଜିଲ୍ଲାରେ ପ୍ରଥମ ଥର ପାଇଁ ଦିିନିିକିଆ ସଂକ୍ରମଣ ସଂଖ୍ୟା ୫ ଶହ ଟପିଛି । ଦ୍ୱିତୀୟ ସ୍ଥାନରେ ରହିଛି ଖୋର୍ଧା ଜିଲ୍ଲା । ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୪୭୪ ଆକ୍ରାନ୍ତ । ଯାଜପୁର ଜିଲ୍ଲାରେ ଗତ ୨୪ ଘଂଟା ମଧ୍ୟରେ ୨୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରୁ ୧୮୧ ଚିହ୍ନଟ ହୋଇଥିବା ବେଳେ ଗଂଜାମ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ପୁଣି ଥରେ ୨ ଶହ ତଳକୁ ରହିଛି । ଗଂଜାମରୁ ଦିନକରେ ୧୭୯ ରୋଗୀ ଚିହ୍ନଟ ହୋଇଛନ୍ତି । ମୟୂରଭଂଜରୁ ୧୫୬, ରାୟଗଡାରୁ ୧୪୩ ଓ ସମ୍ବଲପୁର ଜିଲ୍ଲାରୁ ୧୦୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେପଟେ ରାଜ୍ୟରେ କୋରୋନା ଆଉ ୧୦ ଜଣଙ୍କ ମୁଣ୍ଡ ନେଇଛି । ଫଳରେ କୋରୋନା ମୃତ୍‌୍ୟୁ ସଂଖ୍ୟା ୪୧୯ ହୋଇଛି । ଗତ ୨୪ ଘଂଟାରେ ଗଂଜାମରୁ ସବା ର୍ଧିକ ୫ ଜଣଙ୍କର ମୃତ୍ୟୁ ହୋଇଛି ।

Comments are closed.