ରାଜ୍ୟରେ ଲଗାତର ତୃତୀୟ ଦିନ ପାଇଁ ରେକର୍ଡ ସଂଖ୍ୟକ କୋରୋନା ରୋଗୀ ସୁସ୍ଥ, ୨ହଜାର ୫୪୬ ସୁସ୍ଥ, ଖୋର୍ଧାରୁ ସର୍ବାଧିକ ୬୨୭

ଭୁବନେଶ୍ୱର : ଲଗାତର ତୃତୀୟ ଦିନ ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ମଙ୍ଗଳବାର ରାଜ୍ୟରେ ସୁସ୍ଥ ହୋଇଛନ୍ତି ରେକର୍ଡ ୨ ହଜାର ୫୪୬ ରୋଗୀ । ଫଳରେ ରାଜ୍ୟରେ ସୁସ୍ଥ ଲୋକଙ୍କ ସଂଖ୍ୟା ୫୯ ହଜାର ୪୭୦ରେ ପହଂଚିଛି ।

ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୬୨୭ ସୁସ୍ଥ ହୋଇଥିବା ବେଳେ ଗଂଜାମ ଜିଲ୍ଲାରୁ ସୁସ୍ଥ ହୋଇଛନ୍ତି ୨୬୬ ଜଣ । ନୟାଗଡ ଜିଲ୍ଲାରୁ ୧୪୩, ପୁରୀରୁ ୧୪୧, ରାୟଗଡାରୁ ୧୧୨ ଓ କୋରାପୁଟରୁ ୧୦୪ ସୁସ୍ଥ ହୋଇଛନ୍ତି । ଭଦ୍ରକରୁ ୯୯ ଓ କଟକରୁ ୯୮ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଦିନକରେ ପୁଣି ରେକର୍ଡ ସଂଖ୍ୟକ ରୋଗୀ ସୁସ୍ଥ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱାସ୍ଥ୍ୟକର୍ମୀ ଓ କୋରୋନା ଯୋଦ୍ଧାଙ୍କତ୍ତଉତ୍ସର୍ଗୀକୃତ ମନୋଭାବ ଓ କଠିନ ପରିଶ୍ରମକୁ ଏହା ସମ୍ଭବ ହୋଇପାରିଥିବା ସେ ଟ୍ୱିଟ୍ କରି କହିଛନ୍ତି ।

Comments are closed.