ରାଜ୍ୟରେ ଦିନକରେ କୋରୋନାର ୪ ହଜାର ୨୭୦ ନୂଆ ମାମଲା, ଖୋର୍ଧାରୁ ୮୭୬ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟର ୩୦ଟି ଜିଲ୍ଲାରୁ ଗତ ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୨୭୦ ନୂଆ କୋରୋନା ରୋଗୀ । କ୍ୱାରେଂଟାଇନରୁ ୨ ହଜାର ୪୭୮ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୭୯୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧା ଜିଲ୍ଲାରୁ ସର୍ବାଧିକ ୮୭୬ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ଚିହ୍ନଟ ହୋଇଛନ୍ତି ୩୭୪ । ପୁରୀ ଜିଲ୍ଲାରୁ ୨୮୭ ଜଣ ଚିହ୍ନଟ ହୋଇଛନ୍ତି । ଜଗତସିଂହପୁରରୁ ୧୮୮, ଯାଜପୁରରୁ ୧୬୨, ଅନୁଗୁଳରୁ ୧୪୭, ବାଲେଶ୍ୱରରୁ ୧୫୦, ବରଗଡ ଜିଲ୍ଲାରୁ ୧୮୩ ଓ ଝାରସୁଗୁଡା ଜିଲ୍ଲାରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମ୍ବଲପୁର ଜିଲ୍ଲାରୁ ୧୧୪, ମୟୂରଭଂଜ ଜିଲ୍ଲାରୁ ୧୩୧, କେନ୍ଦ୍ରାପଡା ଜିଲ୍ଲାରୁ ୯୯ ଓ ବଲାଙ୍ଗୀରରୁ ୯୭ ଜଣ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ୬୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭ ସଂଖ୍ୟା ୧ ଲକ୍ଷ ୬୨ ହଜାର ୯୨୦ ହୋଇଥିବା ବେଳେ ୧ ଲକ୍ଷ ୨୫ ହଜାର ୭୩୮ ଜଣ ସୁସ୍ଥ ହୋଇସାରିଲେଣି । ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା ୩୬ ହଜାର ୪୭୩ ରହିଛି ।

ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ କୋରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୬୫୬କୁ ବୃଦ୍ଧି ପାଇଛି ।

Comments are closed.