ଦେଶରେ କୋରୋନା ପଜିଟିଭଙ୍କ ସଂଖ୍ୟା ୫୧ ଲକ୍ଷ ପାର, ଦିନକରେ ରେକର୍ଡ ୯୭ ହଜାର ୮୯୪ ନୂଆ ମାମଲା

ନୂଆଦିଲ୍ଲୀ – ଦେଶରେ ମୋଟ କୋରୋନା ପଜିଟିଭ ମାମଲା ୫୧ ଲକ୍ଷ ପାର କରିଛି । ଗତ ୨୪ ଘଂଟା ମଧ୍ୟରେ ସାରାଦେଶରେ ୯୭ ହଜାର ୮୯୪ ନୂଆ କୋରୋନା ପଜିଟିଭି ଚିହ୍ନଟ ହୋଇଛନ୍ତି । ଦିନକରେ କୋରୋନାରେ ୧ ହଜାର ୧୩୨ ଜଣ ପ୍ରାଣ ହରାଇଛନ୍ତି । ଫଳରେ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୮୩ ହଜାର ୧୯୮କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ସକ୍ରିୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୯ ହଜାର ୯୭୬କୁ ବୃଦ୍ଧି ପାଇଥିବା ବେଳେ ଏ ଯାଏଁ ୪୦ ଲକ୍ଷ ୨୫ ହଜାର ୭୯ ଜଣ ସୁସ୍ଥ ହୋଇସାରିଲେଣି । ଭାରତରେ ଏବେ କୋରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ହାର ୭୮ ଦଶମିକ ୬୪ ପ୍ରତିଶତକୁ ବୃଦ୍ଧି ପାଇଛି । ମୃତ୍ୟୁ ହାର ୧ ଦଶମିକ ୬୩ ପ୍ରତିଶତ ରହିଛି ।

Comments are closed.