୨୪ ଘଂଟା ମଧରେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ, ୭୦ ହଜାରୁ ୫୮୯ ନୂଆ ଆକ୍ରାନ୍ତ, ୭୭୬ ମୃତ

ନୂଆଦିଲ୍ଲୀ – ବେଶ୍ କିଛି ଦିନ ପରେ ଦେଶରେ ଦିନିକିଆ କୋରୋନା ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ୨୪ ଘଂଟା ମଧ୍ୟରେ ୭୦ ହଜାର ୫୮୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କିଛି ଦିନ ପରେ ପ୍ରଥମ ଥର ପାଇଁ ଦେଶରେ ଦିନିକିଆ କୋରୋନା ସଂକ୍ରମଣ ସଂଖ୍ୟା ୭୫ ହଜାରରୁ କମ୍ ହୋଇଛି । ନୂଆସଂଖ୍ୟାକୁ ମିଶାଇ ଦେଶରେ ବର୍ତମାନ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୧ ଲକ୍ଷ ୪୫ ହଜାର ୨୯୨ ହୋଇଛି । ଏଥିମଧ୍ୟରୁ ସକ୍ରିୟ ମାମଲା ୯ ଲକ୍ଷ ୪୭ ହଜାର ୫୭୬ ରହିଥିବା ବେଳେ ୫୧ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟାରେ ୭୭୬ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋରୋନା ମୃତ୍ୟୁସଂଖ୍ୟା ୯୬ ହଜାର ୩୧୮କୁ ବୃଦ୍ଧି ପାଇଛି ।

Comments are closed.