ଭାରତରେ ଏକ ଲକ୍ଷ ଟପିଲା କୋଭିଡ-୧୯ ମୃତ୍ୟୁସଂଖ୍ୟା, ଦିନକରେ ପ୍ରାଣ ହରାଇଲେ ୧ ହଜାର ୬୯ ରୋଗୀ, ମୋଟ ମାମଲା ୬୪ ଲକ୍ଷ ୭୩ ହଜାର ୫୪୫

ନୂଆଦିଲ୍ଲୀ – ଭାରତରେ କୋରୋନା ମହାମାରୀ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ୧ ହଜାର ୬୯ ରୋଗୀଙ୍କ ମୃତ୍ୟୁ ଘଟିବା ସହ ଦେଶରେ ମୋଟ କୋରୋନା ମୃତ୍ୟୁସଂଖ୍ୟା ୧ ଲକ୍ଷ ୮୪୨ରେ ପହଂଚିଛି । କୋରୋନା ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଆମେରିକା ଓ ବ୍ରାଜିଲ ପରେ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ଭାରତ । ଆଉ ସଂକ୍ରମଣ ମାମଲା ସଂଖ୍ୟାରେ ଭାରତ , ଆମେରିକା ପରେ ଦ୍ୱିତୀୟ ସ୍ଥାନରେ ରହିଛି । ଗତ ୨୪ ଘଂଟାରେ ଦେଶରେ ୭୯ ହଜାର ୪୭୬ ନୂଆ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪ ଲକ୍ଷ ୭୩ ହଜାର ୫୪୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୯ ଲକ୍ଷ ୪୪ ହଜାର ୯୯୬ ସକ୍ରିୟ ମାମଲା ରହିଛି । ୫୪ ଲକ୍ଷ ୨୭ ହଜାର ୭୦୬ ଜଣ ସୁସ୍ଥ ହୋଇସାରିଲେଣି । ଜାତୀୟ ସୁସ୍ଥ ହାର ବର୍ତମାନ ୮୩ ଦଶମିକ ୮୪ ପ୍ରତିଶତ ରହିଛି ।

୧୦ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରୁ ୭୬ ଦଶମିକ ୬୨ ପ୍ରତିଶତ ସକ୍ରିୟ ମାମଲା ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କହିଛି । ମନ୍ତ୍ରାଳୟ ଅନୁସାରେ ଦେଶର ମୋଟ କୋରୋନା ମାମଲାର ମାତ୍ର ୧୪ ଦଶମିକ ୭୪ ପ୍ରତିଶତ ହିଁ ସକ୍ରିୟ ମାମଲା ।

Comments are closed.