ଭାରତରେ ଆଉ ୮୯ ହଜାର ୭୦୬ ନୂଆ କୋରୋନା ରୋଗୀ ଚିହ୍ନଟ, ୪୩ ଲକ୍ଷ ପାର କଲା ମୋଟ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ – ଭାରତରେ ଦିନକରେ କୋରୋନାର ୮୯ ହଜାର ୭୦୬ ନୂଆ ମାମଲା ଆସିଛି । ଫଳରେ ଭାରତର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୪୩ ଲକ୍ଷ ଅତିକ୍ରମ କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଭାରତରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ବର୍ତମାନ ୪୩ ଲକ୍ଷ ୭୦ ହଜାର ୧୨୮କୁ ବୃଦ୍ଧି ପାଇଛି । ଏଥିମଧରୁ ୩୩ ଲକ୍ଷ ୯୮ ହଜାର ୮୪୪ ଲୋକ ସୁସ୍ଥ ହୋଇସାରିଛନ୍ତି । ଫଳରେ ଜାତୀୟ ସୁସ୍ଥତା ହାର ୭୭ ଦଶମିକ ୭୭ରେ ପହଂଚିଛି ।

କୋରୋନାରେ ଗତ ୨୪ ଘଂଟା ମଧ୍ୟରେ ଆଉ ୧ ହଜାର ୧୧୫ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୭୩ ହଜାର ୮୯୦କୁ ବୃଦ୍ଧି ହୋଇଛି । ଗତ ୨୪ ଘଂଟାରେ ମହାରାଷ୍ଟ୍ରରୁ ସର୍ବାଧିକ ୩୮୦, କର୍ନାଟକରୁ ୧୪୬, ତାମିଲନାଡୁରୁ ୮୭, ଆନ୍ଧ୍ର ପ୍ରଦେଶରୁ ୭୩, ୟୁପିରୁ ୭୧, ପଂଜାବରୁ ୬୭ ଓ ପଶ୍ଚିମବଙ୍ଗରୁ ୫୭ ଜଣ ପ୍ରାଣ ହରାଇଛନ୍ତି ।

ଭାରତରେ ଏ ପର୍ଯ୍ୟନ୍ତ ମହାରାଷ୍ଟ୍ରରୁ ସର୍ବାଧିକ ୨୭ ହଜାର ୪୦୭ ଜଣ କୋରୋନାରେ ପ୍ରାଣ ହରାଇଛନ୍ତି । କୋରୋନା ମୃତ୍ୟୁ ତାଲିକାରେ ମହାରଷ୍ଟ୍ର ପଛକୁ ତାମିଲନାଡୁ ଦ୍ୱିତୀୟ , କର୍ନାଟକ ତୃତୀୟ ଓ ଦିଲ୍ଲୀ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ଆନ୍ଧ୍ର ପ୍ରଦେଶ ପଂଚମରେ ରହିଛି ।

Comments are closed.