ଦେଶରେ ନୂଆ ରେକର୍ଡ କରୁଛି କୋରୋନା, ୨୪ ଘଂଟାରେ ସର୍ବାଧିକ ୯୭ ହଜାର ୫୭୦ ନୂଆ ମାମଲା, ମୋଟ ସଂକ୍ରମିତ ମାମଲା ୪୬ ଲକ୍ଷ ପାର, ମହାରାଷ୍ଟ୍ରରେ ଟପିଲା ୧୦ ଲକ୍ଷ

ନୂଆଦିଲ୍ଲୀ – ଚଳିତ ମାସରେ ସାରାଦେଶରେ ବେକାବୁ ହେବାରେ ଲାଗିଛି କୋରୋନା ସଂକ୍ରମଣ । ଦିନକରେ ଏ ଯାଏଁ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଭାରତରେ କୋରୋନା ମାମଲା ୪୬ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ରେକର୍ଡ ୯୭ ହଜାର ୫୭୦ ନୂଆ ମାମଲା ଆସିଛି । ୧ହଜାର ୨୦୧ ଲୋକଙ୍କ ମୃତ୍ୟୁ ହୋଇଛି । ସାମଗ୍ରିକ ଭାବେ ଭାରତରେ କୋରୋନା ମାମଲା ୪୬ ଲକ୍ଷ ୫୯ ହଜାର ୯୮୫କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୯ ଲକ୍ଷ ୫୮ ହଜାର ୩୧୬ ସକ୍ରିୟ ମାମଲା । ଏ ଯାଏଁ ୩୬ ଲକ୍ଷ ୨୪ ହଜାର ୧୯୭ ଲୋକ ସୁସ୍ଥ ହୋଇସାରିଛନ୍ତି । ଦେଶରେ ବର୍ତମାନ ପର୍ଯ୍ୟନ୍ତ ୭୭ ହଜାର ୪୭୨ ଲୋକଙ୍କ ଜୀବନ ନେଇସାରିଲାଣି କୋରୋନା ।

ମୋଟ କୋରୋନା ମାମଲା ଓ ମୃତ୍ୟୁ ଦୃଷ୍ଟିରୁ ଆମେରିକା ପରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକାରେ ମୋଟ କୋରୋନା ମାମଲା ୬୬ ଲକ୍ଷ ୩୬ ହଜାର ୨୪୭ ଥିବା ବେଳେ ୧ ଲକ୍ଷ ୯୭ ହଜାର ୪୨୧ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଭାରତରେ ମହାରାଷ୍ଟ୍ରରେ ମୋଟ କୋରୋନା ମାମଲା ୧୦ ଲକ୍ଷ ପାର କରିଛି । ଗତ ୨୪ ଘଂଟାରେ ରାଜ୍ୟରେ ରେକର୍ଡ ୨୪ ହଜାର ୮୮୬ ନୂଆ ମାମଲା ଆସିଛି । ଫଳରେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୧୫ ହଜାର ୬୮୧ ହୋଇଛି । ୩୯୯ ରୋଗୀଙ୍କ ମୃତ୍ୟୁ ହେବା ସହ ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୨୮ ହଜାର ୭୨୪କୁ ବୃଦ୍ଧି ପାଇଛି ।

Comments are closed.