ରାଜ୍ୟରେ ୨ ଲକ୍ଷ ଟପିଲା କୋରୋନା ପଜିଟିଭଙ୍କ ସଂଖ୍ୟା, ୨୪ ଘଂଟାରେ ୪ ହଜାର ୨୦୮ ନୂଆ ଆକ୍ରାନ୍ତ

ଭୁବନେଶ୍ୱର – ରାଜ୍ୟରେ ମୋଟ କୋରୋନା ପଜିଟିଭ ମାମଲା ୨ ଲକ୍ଷ ଟପିଛି । ଗତ୨୪ ଘଂଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୪ ହଜାର ୨୦୮  ନୂଆ ରୋଗୀ । ସଂଗରୋଧ କେନ୍ଦ୍ରରୁ ୨ ହଜାର ୪୬୨ ଓ ସ୍ଥାନୀୟ ଅଂଚଳରୁ ୧ ହଜାର ୭୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୭୨୫, କଟକରୁ ୪୬୫, ଯାଜପୁରରୁ ୨୩୭,ପୁରୀରୁ ୧୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲାମାନଙ୍କ ମଧ୍ୟରେ ଅନୁଗୁଳରୁ ୧୯୪, ଜଗତସିଂହପୁରରୁ ୧୮୧, ନୂଆପଡାରୁ ୧୭୫, ମୟୂରଭଂଜରୁ ୧୫୪, ନବରଂଗପୁରରୁ ୧୩୧, ସମ୍ବଲପୁରରୁ ୧୩୧, ବାଲେଶ୍ୱରରୁ ୧୧୮, ବରଗଡରୁ ୧୧୪, କଳାହାଣ୍ଡିରୁ ୧୧୬, କେନ୍ଦ୍ରାପଡାରୁ ୧୧୦, କନ୍ଧମାଳରୁ ୧୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।  ରାଜ୍ୟରେ ମୋଟ ପଜିଟିଭ ମାମଲା ୨ ଲକ୍ଷ ୧୦ ହଜାର ୯୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ସକ୍ରିୟ ମାମଲା ରହିଛି ୩୯ ହଜାର ୨୩୨ ।

ଏଣେ କୋରୋନାରେ ରାଜ୍ୟରେ ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ କୋରୋନା ମୃତ୍ୟୁସଂଖ୍ୟା ୭୬୭କୁ ବୃଦ୍ଧି ପାଇଛି ।

Comments are closed.