ବିଶ୍ୱରେ କୋରୋନା ମାମଲା ୩ କୋଟି ୭ ଲକ୍ଷକୁ ବୃଦ୍ଧି, ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୫୭ ହଜାର, ବ୍ରିଟେନ ଓ ଫ୍ରାନ୍ସରେ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକେତ

ନ୍ୟୁୟର୍କ – ବିଶ୍ୱରେ ମୋଟ କୋରୋନା ସଂକ୍ରମଣ ମାମଲା ୩ କୋଟି ୭ ଲକ୍ଷରେ ପହଂଚିଛି । ଆଉ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୯ ଲକ୍ଷ ୫୭ ହଜାରକୁ ବୃଦ୍ଧି ପାଇଛି । ମହାମାରୀ କବଳରୁ ୨ କୋଟି ୨୩ ଲକ୍ଷ ଲୋକ ସୁସ୍ଥ ହୋଇସାରିଛନ୍ତି ।

ଏଣେ ୟୁରୋପର କିଛି ଦେଶର କୋରୋନା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ସଂକେତ ମିଳିଛି । କାରଣ ଫ୍ରାନ୍ସ, ବ୍ରିଟେନ୍ ଭଳି ଦେଶରେ ମହାମାରୀର ନୂଆ ନୂଆ ମାମଲା ସାମନାକୁ ଆସିଛି । ଫ୍ରାନ୍ସରେ ଶୁକ୍ରବାର ଦିନ ୧୩ ହଜାର ୨୧୫ଟି ନୂଆ ମାମଲା ଆସିଥିବା ବେଳେ ବ୍ରିଟେନରେ ୪ ହଜାର ୩୩୨ ନୂଆ ମାମଲା ଆସିଛି ।

Comments are closed.