ଆସନ୍ତାବର୍ଷ ପ୍ରାରମ୍ଭରେ ଦେଶରେ ଉପଲବ୍ଧ ହୋଇପାରେ କୋରୋନା ଟିକା : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ – ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଧନ ରାଜ୍ୟସଭାରେ କହିଛନ୍ତି ଯେ, ଆସନ୍ତାବର୍ଷ ପ୍ରାରମ୍ଭରେ ଦେଶରେ କୋରୋନା ଟିକା ଉପଲବ୍ଧ ହେବା ସମ୍ଭାବନା ରହିଛି । ରାଜ୍ୟସଭାରେ ସେ କହିଛନ୍ତି ଯେ, ଟିକା ବିକଶିତ ପାଇଁ ଭାରତ ବି ଅନ୍ୟ ଦେଶମାନଙ୍କ ପରି ଉଦ୍ୟମ କରୁଛି । ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଏକ ଏକ୍ସପର୍ଟ ଗ୍ରୁପ୍ ଏହାର ତଦାରଖ କରୁଛି । ଭାରତ ପାଖରେ ଆଡଭାନ୍ସ ପ୍ଲାନିଂ ମଧ୍ୟ ରହିଛି । ଆସନ୍ତା ବର୍ଷ ପ୍ରାରମ୍ଭରେ ଦେଶରେ ଟୀକା ଉପଲବ୍ଧ ହେବା ସେ ଆଶା କରୁଛନ୍ତି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ । ଦେଶରେ ତିନିିଟି କୋରୋନା ଟିକା ନେଇ କାମ ଚାଲିଛି ବୋଲି ସେ ଗୃହକୁ ଜଣାଇଥିଲେ ।

Comments are closed.