୫-ଟି ସଚିବଙ୍କ କେନ୍ଦ୍ରାପଡା ଜିଲ୍ଲା ଓ ପାରାଦୀପ ଗସ୍ତ

କେନ୍ଦ୍ରାପଡା – ୫-ଟି ସଚିବ ଭି.କେ ପାଣ୍ଡିଆନ ଅଚାନକ କେନ୍ଦ୍ରାପଡି ଜିଲ୍ଲା ଗସ୍ତ କରିଛନ୍ତି । ମହାକାଳପଡା ବ୍ଲକ ଆଖଡାଶାଳିରେ ପ୍ରସ୍ତାବିତ ନଦୀଭିତିକ ବନ୍ଦର ଅଂଚଳ ବୁଲି ଦେଖିବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ପାଣ୍ଡିଆନଙ୍କ ସହ କେନ୍ଦ୍ରାପଡା ଜିଲ୍ଲାପାଳ ଓ ବିଧାୟକ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ଉପସ୍ଥିତ ଥିଲେ ।

୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ପାରାଦୀର ଗସ୍ତ ମଧ୍ୟ କରିଛନ୍ତି । ସକାଳୁ ଅଚାନକ ଗସ୍ତ କରି ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ ସ୍ଥାନୀୟ ନେହେରୁ ବଙ୍ଗଳା ନିକଟରରୁ ଏକ ସ୍ୱତନ୍ତ୍ର ବୋଟ୍ ଯୋଗେ ମୁହାମ ମୁହଁ ନିକଟ ମହାନଦୀରେ ସ୍ଥିତି ପରଖିଛନ୍ତି ।

Comments are closed.