ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାରୀ କଳ ସଜାଗ, ୭ଟି ଜିଲ୍ଲାରେ ମୁତୟନ ହେବ ୪୨ ଓଡ୍ରାଫ,୨୪ ଏନଡିଆରଏଫ ଟିମ୍

ଭୁବନେଶ୍ୱର – ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ର ମୁକାବିଲା ସରକାରୀ କଳକୁ ସଜାଗ ରଖାଯାଇଛି । କାଲି ସଂଧ୍ୟା ବାତ୍ୟା ସୁଦ୍ଧା ସ୍ଥଳଭାଗ ଛୁଇଁବା ସମ୍ଭାବନା ରହିଛି । ଗୋପାଳପୁର-ବିଶାଖାପାଟଣା ମଧ୍ୟରେ କଳିଙ୍ଗପଟନମରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ଗୁଲାବ୍ । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ରହିବ । ବାତ୍ୟା ପ୍ରଭାବରେ ଦକ୍ଷିଣ ଓଡିଶାର ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶାଙ୍କା ରହିଛି । ଆଜି ସଂଧ୍ୟାରୁ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ରେଡ୍ ୱାର୍ଣ୍ଣିଂ ଥିବା ୭ଟି ଜିଲ୍ଲା-ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରିରେ ୪୨ଟି ଓଡ୍ରାଫ୍‌, ୨୪ ଏନଡିଆରଏଫ ଟିମ୍ ମୁତୟନ କରାଯିବ । ସବୁ ଜିଲ୍ଲାରେ ୧୦୨ଟି ଫାୟାର ଟିମ୍ ଅଛନ୍ତି । ୬ଟି ଓଡ୍ରାଫ ଓ ୮ଟି ଏନଡିଆରଏଫ ରିଜର୍ଭ ରଖାଯାଇଛି । ଋଷିକୂଲ୍ୟା ଓ ନାଗାବଳୀ ନଦୀରେ ବନ୍ୟା ଆସିବା ଆଶଙ୍କା ରହିଛି । ସମସ୍ତ ସମ୍ବେଦନଶୀଳ ନଦୀବନ୍ଧ ଉପରେ ନଜର ରଖିବାକୁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଏସଆରସି କହିଛନ୍ତି ।

Comments are closed.