କୋରାପୁଟ ଜିଲ୍ଲାର ଅର୍ଗାନିକ କଫି ଚାଷକୁ ନୀତି ଆୟୋଗର ପ୍ରଶଂସା

ନୂଆଦିଲ୍ଲୀ – କୋରାପୁଟର ଅର୍ଗାନିକ କଫି ଚାଷକୁ ପ୍ରଶଂସା କରିଛି ନୀତି ଆୟୋଗ ପ୍ରଶଂସା କରିଛି । ଭାରତର ଆଂକାକ୍ଷା ଜିଲ୍ଲା ମଧ୍ୟରେ ସାମିଲ ହୋଇଥିବା କୋରାପୁଟ ଜିଲ୍ଲାରେ କଫି ଚାଷ ଜନଜାତି ସଂପ୍ରଦାୟଙ୍କ ଜୀବନରେ ପରିବର୍ତ୍ତନ ଆଣିଛି ବୋଲି ନୀତି ଆୟୋଗ ପକ୍ଷରୁ ଟ୍ୱିଟ୍ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଓଡିଶା ସରକାର ଓ କଫି ବୋର୍ଡ ଅଫ୍ ଇଣ୍ଡିଆର ପ୍ରୋତ୍ସାହନରେ କୋରାପୁଟ ଜିଲ୍ଲାରେ କଫି ଚାଷ ଜନଜାତି ଲୋକଙ୍କ ମୁହଁରେ ହସ ଫୁଟାଇବାରେ ଲାଗିଛି । ସେମାନଙ୍କ ଆର୍ଥିକ ଅବସ୍ଥାରେ ପରିବର୍ତ୍ତନ ଆଣିଛି ଏହି ଚାଷ । ଜିଲ୍ଲାର ସେମିଳିଗୁଡା, ଦଶମନ୍ତପୁର, ଲକ୍ଷ୍‌ମୀପୁର, ଲମତାପୁଟ, ନନ୍ଦପୁର, କୋରାପୁଟ, ବୈପାରୀଗୁଡା ଓ ପଟ୍ଟାଙ୍ଗୀ ବ୍ଲକରେ ଏହି କଫି ଚାଷ ବହୁଳ ଭାବେ କରାଯାଉଛି । କଫି ଚାଷ ପାଇଁ ଓଡିଶା ସରକାରଙ୍କ ପ୍ରୋତ୍ସାହନ ଓ ସମସ୍ତ ସହାୟତା ଦେଉଛନ୍ତି । ଓଡିଶା ଜନଜାତି ଉନ୍ନୟନ ସମବାୟ ସହଯୋଗ ଲିମିଟେଡ୍ ଓ କୋରାପୁଟ ଆଗ୍ରୋ ପ୍ରଡକ୍ଟସ ପ୍ରଡ୍ୟୁସର କଂପାନି-କାପ୍‌କୋ ଜରିଆରେ ରାଜ୍ୟ ସରକାର କଫି ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ସାରାେଦେଶର ଦୃଷ୍ଟି ଆକର୍ଷଣ କରିଛି କୋରାପୁଟ ଜିଲ୍ଲାର ଅର୍ଗାନିକ କଫି ଚାଷ ।

Comments are closed.