ନୂଆଦିଲ୍ଲୀ:କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ପୂଜା ଉପହାର ଦେଇଛନ୍ତି ସରକାର | କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧିକୁ ସରକାର ଅନୁମୋଦନ କରିଛନ୍ତି।
କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟର ଅର୍ଥନୈତିକ ବ୍ୟାପାର କମିଟି (ସିସିଇଏ) ବୈଠକରେ କେନ୍ଦ୍ର କର୍ମଚାରୀଙ୍କ ଡିଏ ବୃଦ୍ଧି ଉପରେ ମୋହର ଲାଗିଛି । ଏହା ୧ ଜୁଲାଇ ୨୦୨୨ରୁ ଲାଗୁ ହେବ ।
ମାର୍ଚ୍ଚ ମାସରେ ସରକାର କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩ ପ୍ରତିଶତ ବୃଦ୍ଧି କରିଥିଲେ, ଯାହା ଜାନୁୟାରୀ ୧, ୨୦୨୨ ଠାରୁ ଲାଗୁ ହୋଇଥିଲା । ବର୍ତ୍ତମାନ ଏହା ୪ ପ୍ରତିଶତ ବୃଦ୍ଧି କରାଯିବା ପରେ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୪ ରୁ ୩୮ ପ୍ରତିଶତକୁ ବୃଦ୍ଧି ପାଇଛି ।
ଉଲ୍ଲେଖଯୋଗ୍ୟ, ଦୀର୍ଘ ଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ଗତ ବର୍ଷ ଜୁଲାଇ ୨୦୨୧ରେ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧୭ ପ୍ରତିଶତରୁ ୨୮ ପ୍ରତିଶତକୁ ବୃଦ୍ଧି କରିଥିଲେ। ଏହା ପରେ ଅକ୍ଟୋବର ୨୦୨୧ରେ ଏଥିରେ ଆଉ ୩ ପ୍ରତିଶତ ବୃଦ୍ଧି କରାଯିବା ପରେ ମୋଟ ଡିଏ ୩୧ ପ୍ରତିଶତରେ ପହଞ୍ଚିଥିଲା ।
ବର୍ତ୍ତମାନର ସରକାର କେନ୍ଦ୍ର କର୍ମଚାରୀଙ୍କ ଡିଏ ଆଉ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ବାରା ୫୦ ଲକ୍ଷ କର୍ମଚାରୀ ଏବଂ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
Comments are closed.