ଏହି ସପ୍ତାହରେ ହୋଇପାରେ ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଏଇ ସପ୍ତାହରେ ନିର୍ବାଚନ ଆୟୋଗ କାର୍ଯ୍ୟସୂଚୀ ଘୋଷଣା କରିବା ସମ୍ଭାବନା ରହିଛି।

୨୦୧୭ ରେ ଆପଣେଇଥିବା ଏକ ପରମ୍ପରାକୁ ଦର୍ଶାଇ ନିର୍ବାଚନ ଆୟୋଗ ଚଳିତ ମାସ ଆରମ୍ଭରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ସହ ଗୁଜରାଟ ନିର୍ବାଚନ ତାରିଖ ଘୋଷଣା କରିନଥିଲେ ।

ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ଗୋଟିଏ ପର୍ଯ୍ୟାୟରେ ମତଦାନକୁ ହେବାକୁ ଥିବାବେଳେ ଡିସେମ୍ବର ୮ରେ ଭୋଟ୍ ଗଣତି ସହ ଫଳାଫଳ ପ୍ରକାଶ ପାଇବ।

ନିର୍ବାଚନ ଆୟୋଗ ହିମାଚଳ ପ୍ରଦେଶ ମତଦାନର ଠିକ୍ ଏକ ମାସ ପରେ ଭୋଟ ଗଣତି ରଖିଥିବାବେଳେ ଗୁଜରାଟ ନିର୍ବାଚନର ଭୋଟ୍ ଗଣତି ଡିସେମ୍ବର ୮ରେ ହେବ ବୋଲି ସଙ୍କେତ ଦେଇଥିଲେ ।

୨୦୧୭ରେ ଉଭୟ ରାଜ୍ୟରେ ଭିନ୍ନ ତାରିଖରେ ନିର୍ବାଚନ ଘୋଷଣା କରାଯାଇଥିଲା, କିନ୍ତୁ ଭୋଟ୍ ଗଣତି ଏକକାଳୀନ ୧୮ ଡିସେମ୍ବରରେ ହୋଇଥିଲା।

ବାସ୍ତବରେ ଗୁଜରାଟରେ ବନ୍ୟା ପରିସ୍ଥିତି ଯୋଗୁଁ ରାଜ୍ୟରେ ନିର୍ବାଚନ ଆୟୋଗ ହିମାଚଳ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବା ପରେ ନିର୍ବାଚନ କରିଥିଲେ ।

ନିର୍ବାଚନ ଆୟୋଗର ୱେବସାଇଟ୍ ଅନୁଯାୟୀ, ଗୁଜରାଟ ଏବଂ ହିମାଚଳ ପ୍ରଦେଶରେ ୧୯୯୮, ୨୦୦୭ ଏବଂ ୨୦୧୨ ମସିହାରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

Comments are closed.