ଆଇପିଏଲରେ ଆଜି ହାଇଦ୍ରାବାଦ ବନାମ କୋଲକାତା, ଚେନ୍ନାଇ ସୁପରକିଙ୍ଗସର ଲଗାତର ଦ୍ୱିତୀୟ ପରାଜୟ, ପଏଂଟ ଚେବୁଲ ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ

ଆବୁଧାବି – ଆଇପିଏଲ ସିଜନ ୧୩ରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ମୁକାବିଲା ହେବ । ପ୍ରତିଯୋଗିତାର ଏହା ହେବ ଅଷ୍ଟମ ମ୍ୟାଚ୍ । ଉଭୟ ଦଳ ସେମାନଙ୍କର ଦ୍ୱିତୀୟ ମ୍ୟାଚ୍ ଖେଳିବେ । ହାଇଦ୍ରାବାଦ, ନିଜର ପ୍ରଥମ ମ୍ୟାଚରେ ଆରସିବିଠାରୁ ପରାସ୍ତ ହୋଇଥିବା ବେଳେ କୋଲକାତା, ମୁମ୍ବାଇଠାରୁ ହାରିଥିଲା । ତେଣୁ ପ୍ରଥମ ବିଜୟ ପାଇଁ ଦୁଇ ଦଳ ମଧ୍ୟରେ କଡା ମୁକାବିଲା ଆଶା କରାଯାଉଛି ।

ଏଣେ ଗତକାଲି ଖେଳାଯାଇଥିବା ମ୍ୟାଚରେ ଧୋନି ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗସ୍ , ୪୪ ରନ୍‌ରେ ଦିଲୀ କ୍ୟାପିଟାଲ୍ସଠାରୁ ପରାସ୍ତ ହୋଇଛି । ଚେନ୍ନାଇର ଏହା ହେଉଛି ଲଗାତର ଦ୍ୱିତୀୟ ପରାଜୟ ହୋଇଥିବା ବେଳେ ଦିଲ୍ଲୀ ଟିମ୍ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି । ଗତକାଲିର ମ୍ୟାଚରେ ଦିଲ୍ଲୀ ଦ୍ୱାରା ଧାର୍ଯ୍ୟ ୧୭୬ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଚେନ୍ନାଇ ନିର୍ଧାରିତ ଓଭରରେ ୬ ୱିକେଟ ହରାଇ ମାତ୍ର ୧୩୧ ରନ୍ ହିଁ କରିପାରିଥିଲା । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ପୃଥୀଙ୍କ ସର୍ବାଧିକ ୬୪ ରନ ବଳରେ ୧୭୫ ରନର୍ ଚ୍ୟାଲେଂଜି ସ୍କୋର କରିଥିଲା ।

Comments are closed.