ଶିଖ୍ ବିରୋଧୀ ମନ୍ତବ୍ୟ ପାଇଁ କଙ୍ଗନାଙ୍କୁ ଦିଲ୍ଲୀ ବିଧାନସଭା କମିଟିର ସମନ୍

ନୂଆଦିଲ୍ଲୀ: ଶିଖ୍ ସମ୍ପ୍ରଦାୟ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଲ୍ଲୀ ବିଧାନସଭାର ଶାନ୍ତି ଏବଂ ସଦଭାବ କମିଟି ସମନ ଜାରି କରିଛି । ତାଙ୍କୁ ଡିସେମ୍ବର ୬ ତାରିଖ ମଧ୍ୟାହ୍ନ ୧୨ଟାରେ କମିଟିରେ ହାଜର ହେବାକୁ କୁହାଯାଇଛି।
ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚଢା ଶାନ୍ତି ଏବଂ ସଦଭାବ କମିଟିର ଅଧ୍ୟକ୍ଷ ଅଛନ୍ତି । ଇନଷ୍ଟାଗ୍ରାମରେ ଶିଖ ସମ୍ପ୍ରଦାୟ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାରୁ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟି ମଧ୍ୟ କଙ୍ଗନାଙ୍କ ବିରୋଧରେ ପୋଲିସ ଅଭିଯୋଗ କରିଥିଲା। ଏହାଛଡ଼ା କଙ୍ଗନାଙ୍କ ବିରୋଧରେ ଏହି ଅଭିଯୋଗ ମୁମ୍ବାଇ ମନ୍ଦିର ମାର୍ଗ ପୋଲିସ ଷ୍ଟେସନର ବି ଏକ ଏତଲା ରୁଜୁ କରାଯାଇଛି।

Comments are closed.