ସିସୋଦିଆଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ, ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ଅନୁମତି 

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟରୁ ମନୀଷ ସିସୋଦିଆଙ୍କୁ ବଡ଼ ଝଟକା ଲାଗିଛି। ଦିଲ୍ଲୀ ହାଇକୋର୍ଟ ତାଙ୍କ ଅନ୍ତରୀଣ ଜାମିନ ଆବେଦନ ଖାରଜ କରିଛନ୍ତି। ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସିସୋଦିଆ ହାଇକୋର୍ଟରେ ଅନ୍ତରିଣ ଜାମିନ ପାଇଁ ଆବେଦନ କରିଥିଲେ ।  କିନ୍ତୁ କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ହେଲେ ଅସୁସ୍ଥ ପତ୍ନୀଙ୍କୁ ଭେଟିବାକୁ ସିସୋଦିଆଙ୍କୁ ଅନୁମତି ଦେଇଛନ୍ତି କୋର୍ଟ । ସିସୋଦିଆ ବର୍ତ୍ତମାନ ତିହାର ଜେଲରେ ଅଛନ୍ତି।

ହାଇକୋର୍ଟ କହିଛନ୍ତି ଯେ ସିସୋଦିଆ ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ତାଙ୍କ ପତ୍ନୀଙ୍କୁ ଭେଟି ପାରିବେ। ତାଙ୍କ ଅସୁସ୍ଥ ପତ୍ନୀ ଘରେ କିମ୍ବା ହସ୍ପିଟାଲରେ ଯେଉଁଠାରେ ଥାଆନ୍ତୁ ନା କାହିଁକି ସିସୋଦିଆ ତାଙ୍କୁ ଭେଟିପାରିବେ ବୋଲି କୋର୍ଟ କହିଛନ୍ତି ‌‌। ପତ୍ନୀଙ୍କ ଅସୁସ୍ଥତା ଦର୍ଶାଇ ସିସୋଦିଆ ହଇକୋର୍ଟରୁ ୬ ମାସ ପାଇଁ ଅନ୍ତରୀଣ ଜାମିନ ମାଗିଥିଲେ।

ଅବକାରୀ ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ଚଳିତ ବର୍ଷ ମାର୍ଚ୍ଚ ୯ରେ ଗିରଫ କରାଯାଇଥିଲା। ପରେ ଏହି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ମଧ୍ୟ ଇଡି ତାଙ୍କୁ ଗିରଫ କରିଥିଲା ‌‌।

Comments are closed.