ଦିଲ୍ଲୀ ପ୍ରଦୂଷଣ: ପରବର୍ତ୍ତୀ ଆଦେଶ ଯାଏଁ ସବୁ ଶିକ୍ଷାନୁଷ୍ଠାନ ବନ୍ଦ, ନିର୍ମାଣ କାର୍ଯ୍ୟ ଉପରେ କଟକଣା

ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣର ଗୁରୁତର ଅବସ୍ଥାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏବଂ ନିକଟବର୍ତ୍ତୀ ସହରଗୁଡିକରେ ଥିବା ସ୍କୁଲ ଏବଂ କଲେଜଗୁଡ଼ିକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ନଭେମ୍ବର ୨୧ ପର୍ଯ୍ୟନ୍ତ ଦିଲ୍ଲୀରେ ଟ୍ରକ୍ ଗୁଡ଼ିକର ପ୍ରବେଶ ଉପରେ କଟକଣା ଲଗାଯାଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ଜାତୀୟ ରାଜଧାନୀ ଅଞ୍ଚଳ (ଏନସିଆର) ପାଇଁ ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ (ସିଏକ୍ୟୁଏମ) ମାର୍ଗଦର୍ଶିକା ଜାରି କରିବା ପୂର୍ବକ ଏହି ନିର୍ଦ୍ଦେଶ ଦେଇଛନ୍ତି। ନଭେମ୍ବର ୨୧ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ୫୦ ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବାକୁ କୁହାଯାଇଛି। ଘରୋଇ କ୍ଷେତ୍ର କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସେମାନଙ୍କର ଇଚ୍ଛା ଅନୁଯାୟୀ ଏହାକୁ ଅନୁସରଣ କରିପାରିବେ |

ଡିଜେଲ ଜେନେରେଟର ଯଥା ଡିଜି ସେଟ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲଗାଯାଇଛି | ଏଥିସହ ଏହି ଅଞ୍ଚଳର ୧୧ଟି ତାପଜ ବିଦ୍ୟୁତ୍ ଉତ୍ପାଦନ ମଧ୍ୟରୁ କୋଇଲାରୁ ବିଦ୍ୟୁତ୍ ଉତ୍ପାଦନ କରୁଥିବା କାରଖାନାଗୁଡ଼ିକ ମଧ୍ୟରୁ କେବଳ ୫ଟି ଚଲାଇବାକୁ ଅନୁମତି ଦିଆଯାଇଛି |

ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ କମିଶନ (ସିଏକ୍ୟୁଏମ) ଏନସିଆର୍ ଏବଂ ଏହାର ସଂଲଗ୍ନ ଅଞ୍ଚଳ ପାଇଁ ଉକ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି | ରାସ୍ତା ଧୂଳି, ନିର୍ମାଣ କାର୍ଯ୍ୟ ଏବଂ କୋଠାଭଙ୍ଗା ଧୂଳି, ଶିଳ୍ପ ପ୍ରଦୂଷଣ, ଯାନବାହାନର ଧୂଆଁ, ନଡ଼ା ଜଳିବା, ବାୟୋମାସ୍ ଜଳିବା ଏବଂ ଅନ୍ୟାନ୍ୟ ପ୍ରକାର ବର୍ଜ୍ୟବସ୍ତୁ ଯୋଗୁଁ ପ୍ରଦୂଷଣର ସମସ୍ୟା ବଢ଼ିଛ ବୋଲି କମିଶନ ସ୍ୱୀକାର କରିଛନ୍ତି। ପାଣିପାଗ ପରିସ୍ଥିତି ଯୋଗୁଁ ଦିଲ୍ଲୀର ବାୟୁ ମାନ ମଧ୍ୟ ହ୍ରାସ ପାଇଛି।

Comments are closed.