ପବିତ୍ର ମହାଳୟାରେ ଆଜି ମାଆ ସମଲେଶ୍ୱରୀଙ୍କ ଦୁର୍ଲଭ ଧବଳମୁଖୀ ବେଶ, ଡିଜିଟାଲ ପ୍ଲାଟଫର୍ମରେ ବେଶ ଦର୍ଶନ କରିପାରିବେ ଭକ୍ତ

ସମ୍ବଲପୁର – ଆଜି ପବିତ୍ର ମହାଳୟା । ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ ଧବଳମୁଖୀ ବେଶ ଧାରଣ କରିବେ । ମାଆଙ୍କ ଏହି ବେଶ ଗଙ୍ଗା ବା ସରସ୍ୱତୀ ବେଶ ଭାବେ ବି ପରିଚିତ । ବର୍ଷକୁ ଥରେ ହେଉଥିବା ମାଆଙ୍କ ଏହି ବେଶ ଦେଖିବା ପାଇଁ ପ୍ରତିବର୍ଷ ଭକ୍ତଙ୍କ ଭିଡ ହୋଇଥାଏ । ଏଥର କିନ୍ତୁ କୋରୋନା କଟକଣା ଯୋଗୁଁ ଭକ୍ତମାନେ ସମଲେଶ୍ୱରୀ ମନ୍ଦିର ଆସି ମାଆଙ୍କ ବେଶ୍ ଦର୍ଶନ କରିପାରିବେ ନାହିଁ । ତେଣୁ ଭକ୍ତଙ୍କ ପାଇଁ ଡିଜିଟାଲ୍ ପ୍ଲାଟଫର୍ମରେ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡର ଅଫିସିଆଲ୍ ଫେସବୁକ୍ ପେଜ୍‌ରେ ମାଆଙ୍କ ଧବଳମୁଖୀ ବେଶ ଲାଇଭ ଦେଖିପାରିବେ ।

Comments are closed.