ଆଜିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ଦିଅଁ ଦର୍ଶନ, କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ପୁରୀ- ଆଜିଠାରୁ ଶ୍ରୀମନ୍ଦିରରେ ସର୍ବସାଧାରଣଙ୍କ ପାଇଁ ଦିଅଁ ଦର୍ଶନ ଆରମ୍ଭ ହୋଇଛି । ଗତମାସ ୨୩ ତାରିଖରେ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ପୁଣି ଖୋଲିଲା ପରେ ପ୍ରଥମେ ସେବାୟତ ଓ ପରିବାର ଜଗା ଦର୍ଶନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ପୁରୀ ସହରବାସୀଙ୍କୁ ଦର୍ଶନ ସୁଯୋଗ ଦିଆଯାଇଥିଲା ।

ଆଜିଠାରୁ ସର୍ବସାଧାରଣଙ୍କ ପାଇଁ ଶ୍ରୀଜିଉଙ୍କ ଦର୍ଶନ ଆରମ୍ଭ ହୋଇଛି । ମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବା ଜରୁରୀ । ପୁରୀ ବାସିନ୍ଦା ମଧ୍ୟ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇବେ । କିୟସ୍କ କାଂଉଟରରେ କୋଭିଡ ରିପୋର୍ଟ ଯାଂଚ ହେବ ।

Comments are closed.