ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: ନଗରୀରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ନିର୍ଦ୍ଦେଶ

ମଥୁରାନଗରୀ (ବରଗଡ଼): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବର ୪ର୍ଥ ଦିବସରେ ମଥୁରାନରେଶ ମହାରାଜା କଂସଙ୍କ ନଗର ଭ୍ରମଣ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ମହାରାଜା ଟାଉନ ଥାନା ପୋଲିସ ପରିଦର୍ଶନ କରିଥିଲେ । ଥାନାରେ ଏସଡିପିଓ ଏ.ପଣ୍ଡା, ଆଇଆଇସି ସତ୍ୟଜିତ ଖଣ୍ଡେରକର ଓ ଅନ୍ୟ କର୍ମଚାରୀମାନେ ମହାରାଜା କଂସଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପାଛୋଟି ନେଇଥିଲେ । ସେଠାରେ ମହାରାଜ ମଥୁରାନଗରୀରେ ହେଉଥିବା ଚୋରି, ଡକାୟତି, ହିଂସା ଭଳି କାର୍ଯ୍ୟକଳାପ ଯେମିତି ନହେବ ଏବଂ ପୋଲିସ ସତ୍ୟ ଓ ନିଷ୍ଠାରେ ଯେମିତି ସୁଚାରୁ ରୂପେ କିପରି ନିଜର ଦାୟିତ୍ୱ ସମ୍ପାଦନ କରି ଲୋକଙ୍କ ଆସ୍ଥା ଭାଜନ ହୋଇ ପାରିବ ସେନେଇ ନିର୍ଦ୍ଦେଶ ଦେଇଥିଲେ । ପରେ ମହାରାଜା କଂସ ମୁକ୍ତେଶ୍ଵର ମନ୍ଦିରରେ ତାଙ୍କ ଆରାଧ୍ୟ ଦେବତା ଶିବଶମ୍ଭୁଙ୍କଠାରେ ରୁଦ୍ରାଭିଷେକ ଓ ପୂଜାର୍ଚ୍ଚନା କରିଥିଲେ ।

Comments are closed.