ଦ୍ରାବିଡଙ୍କ ମହାନତା: ଭଲ ପିଚ୍ ପ୍ରସ୍ତୁତ କରିଥିବାରୁ ଗ୍ରାଉଣ୍ଡ କର୍ମଚାରୀଙ୍କୁ ୩୫,୦୦୦ ଟଙ୍କା ଦେଲେ

କାନପୁର: ଭାରତୀୟ କ୍ରିକେଟ୍ ଦଳର ନୂଆ କୋଚ୍ ରାହୁଲ ଦ୍ରାବିଡ ପୁଣି ନିଜ ମହାନତାର ପରିଚୟ ଦେଇଛନ୍ତି । ପ୍ରଥମ ଟେଷ୍ଟ ପାଇଁ କାନପୁର ଗ୍ରୀନ୍ ପାର୍କ ଗ୍ରାଉଣ୍ଡର

କ୍ୟୁରେଟର ଶିବ କୁମାରଙ୍କ ନେତୃତ୍ୱରେ ଏକ ସ୍ପୋର୍ଟିଂ ପିଚ୍ ପ୍ରସ୍ତୁତ କରାଯାଇଥିବାରୁ ଦ୍ରାବିଡ ଗ୍ରାଉଣ୍ଡ କର୍ମଚାରୀଙ୍କୁ ୩୫,୦୦୦ ଟଙ୍କା ଦେଇଛନ୍ତି। ଭାରତରେ ଜନ୍ମିତ ଏଜାଜ୍ ପଟେଲ ଏବଂ ରାଚିନ୍ ରବିନ୍ଦ୍ର ପ୍ରଥମ ଟେଷ୍ଟରେ ଭାରତର ବିଜୟରେ ବାଧକ ସାଜିଥିଲେ । ଭାରତ ଦ୍ବିତୀୟ ଇନିଂସରେ ୯ଟି ଓ୍ବିକେଟ୍ ସହଜରେ ଖସାଇଥିଲେ ମଧ୍ୟ ରବିନ୍ଦ୍ର-ପଟେଲ୍ ଯୋଡ଼ିକୁ ଭାଙ୍ଗି ପାରିନଥିଲା । ୨୮୪ ରନର ବିଜୟ ଲକ୍ଷ୍ୟ ଜବାବରେ ନ୍ୟୁଜିଲାଣ୍ଡ ୯ ଓ୍ବିକେଟରେ ୧୬୫ ରନ୍ କରି ମ୍ୟାଚକୁ ଡ୍ର କରିବାରେ ସଫଳ ହୋଇଥିଲା ।

ଖେଳ ପରେ ଉତ୍ତରପ୍ରଦେଶ କ୍ରିକେଟ୍ ଆସୋସିଏସନ୍ (ୟୁପିସିଏ) ପ୍ରେସ ବକ୍ସରେ ଘୋଷଣା କରିଛି ଯେ ‘ରାହୁଲ ଦ୍ରାବିଡ ବ୍ୟକ୍ତିଗତ ଭାବେ ଗ୍ରାଉଣ୍ଡ କର୍ମଚାରୀଙ୍କୁ ଭଲ ପିଚ୍ ପ୍ରସ୍ତୁତ କରିଥିବାରୁ ୩୫,୦୦୦ ଟଙ୍କା ଦେଇଛନ୍ତି। ତାଙ୍କ ସମୟରେ ଦ୍ରାବିଡ଼ ପଡ଼ିଆରେ ନିଜ ଖେଳୁଆଡ ଆଚରଣ ​​ପାଇଁ ପରିଚିତ ଥିଲେ | ଦ୍ରାବିଡଙ୍କ ପକ୍ଷରୁ ଗ୍ରାଉଣ୍ଡ୍ସମ୍ୟାନଙ୍କ ଦିଆଯାଇଥିବା ପ୍ରୋତ୍ସାହନ ରାଶି ପ୍ରମାଣ ଯେ ପ୍ରଥମ ଟେଷ୍ଟ ପାଇଁ ନିମ୍ନମାନର ପିଚ୍ ଅପେକ୍ଷା ଏକ ପ୍ରକୃଷ୍ଟ ଟେଷ୍ଟ ଟ୍ରାକ୍ ତିଆରି କରାଯାଇଥିଲା, ଯେଉଁଥିରେ ମ୍ୟାଚର ପାଞ୍ଚ ଦିନ ଯାକ ବଲ୍ ଓ ବ୍ୟାଟ୍ ମଧ୍ୟରେ ଏକ ସନ୍ତୁଳିତ ତଥା ରୋମାଞ୍ଚକ ମୁକାବିଲା ହୋଇଥିଲା ।

ଏହି ପିଚରେ ଶ୍ରେୟସ୍ ଆୟର, ଶୁବମାନ ଗିଲ, ଟମ ଲାଥାମ ଏବଂ ୱିଲ ୟଙ୍ଗଙ୍କ ଭଳି ବ୍ୟାଟ୍ସମ୍ୟାନ ଚମତ୍କାର ପ୍ରଦର୍ଶନ କରି ବଡ଼ ସ୍କୋର କରିଥିବା ବେଳେ ଟିମ୍ ସାଉଦି ଏବଂ କାଇଲ୍ ଜାମିସନଙ୍କ ଭଳି ଦ୍ରୁତ ବୋଲରମାନେ ବି ସଫଳ ହୋଇଥିଲେ | ଏହି ପିଚରେ ଭାରତୀୟ ସ୍ପିନରମାନଙ୍କୁ ମଧ୍ୟ ସୁହାଇଥିଲା ​​|

Comments are closed.