ଡ୍ରଗ୍ସ ଲିଙ୍କ୍ ମାମଲା , ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନସିବି ସମନ

ନୂଆଦିଲ୍ଲୀ – ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁର ଡ୍ରଗ୍ସ ଲିଙ୍କ୍ ମାମଲାରେ ପଚରାଉଚୁରା ପାଇଁ ବଲିଉଡର ପ୍ରମୁଖ ଅଭିନେତ୍ରୀଙ୍କୁ ସମନ ଜାରି କରିଛି ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ-ଏନସିବି । ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ, ରକୁଲ ପ୍ରୀତ ସିଂହ ଓ ଶ୍ରଦ୍ଧା କପୁରଙ୍କୁ ସମନ କରାଯାଇଛି ।

ଦୀପିକା ପାଦୁକୋନଙ୍କୁ ଏହି ମାସ ୨୫ ତାରିଖରେ ହାଜର ହେବା ପାଇଁ ସମନ ଜାରି କରାଯାଇଛି । ସାରା ଅଲ୍ଲୀ ଖାନ ଓ ରକୁଲ ପ୍ରୀତ ସିଂହଙ୍କୁ ୨୬ ତାରିଖରେ ପଚରାଉଡୁରା ପାଇଁ ଡକାଯାଇଛି । ଏହି ମାମଲାରେ ପୂର୍ବରୁ ହିଁ ଅଭିନେତ୍ରୀ ରିୟା ଚକ୍ରବର୍ତୀ, ତାଙ୍କ ଭାଇ ସୌଭିକ ସମେତ ଅନ୍ୟ ଅଭିଯୁକ୍ତ ଜେଲରେ ଅଛନ୍ତି ।

Comments are closed.