ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲଙ୍କୁ ପୁଣି ଇଡିର ସମନ୍

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ସମନ କରିଛି । ସୂଚନାନୁସାରେ, ଜୁନ୍ ୧୩-୧୪ ରେ ଇଡିରେ ହାଜର ହେବାକୁ ତାଙ୍କୁ କୁହାଯାଇଛି । ରାହୁଲଙ୍କୁ ଗତକାଲି ହାଜର ହେବାକୁ ଇଡି କହିଥିଲା, କିନ୍ତୁ ସେ ଯାଇ ନଥିଲେ। ସେ ବିଦେଶରେ ଥିବାରୁ ଇଡିରୁ ଅଧିକ ସମୟ ମାଗିଛନ୍ତି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନାରେ ସଂକ୍ରମିତ ହୋଇଥିଲେ ହେଁ ନ୍ୟାସନାଲ ହେରାଲ୍ଡ ମାମଲାରେ ଜୁନ୍ ୮ ରେ ଇଡିରେ ହାଜର ହେବେ।

ଦଳର ମୁଖ୍ୟ ମୁଖପାତ୍ର ରଣଦୀପ ସୁରଜେୱାଲା ଗୁରୁବାର ଟୁଇଟ୍ କରି ଏହି ସୂଚନା ଦେଇଥିଲେ। କଂଗ୍ରେସ ସୂତ୍ର ଅନୁଯାୟୀ ଦଳର ସଂଗଠନର ସାଧାରଣ ସମ୍ପାଦକ କେ.ସି ବେଣୁଗୋପାଳ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି।

Comments are closed.