ପାନାମା ପେପର ମାମଲାରେ ଐଶ୍ୱର୍ଯ୍ୟା ରାୟଙ୍କୁ ଇଡିର ସମନ୍

ନୂଆଦିଲ୍ଲୀ: ପାନାମା ପେପର ଲିକ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ସମନ୍ ଜାରି କରିଛି।

ଫେମା ଆଇନ ଅଧୀନରେ ଐଶ୍ୱର୍ଯ୍ୟା ରାୟଙ୍କୁ ଇଡି ନୋଟିସ ଜାରି କରି ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟାଳୟରେ ହାଜର ହେବାକୁ କହିଥିଲା । କିନ୍ତୁ ସେ ଆଜି ହାଜର ହୋଇପାରିବେ ନାହିଁ ବୋଲି ଐଶ୍ୱର୍ଯ୍ୟା ରାୟ ଚିଠି ଲେଖି ଇଡିକୁ ଜଣାଇଛନ୍ତି। ଇଡି ତାଙ୍କୁ ସାନି ନୋଟିସ୍ ଜାରି କରିପାରେ। ମନି ଲଣ୍ଡରିଂ ଆଇନ ୨୦୨୨ ଅନୁଯାୟୀ ଇଡି ମାମଲା ରୁଜୁ କରିଛି। ଏହାପୂର୍ବରୁ ଦୁଇଥର ସମନ ସତ୍ତ୍ୱେ ଐଶ୍ୱର୍ଯ୍ୟା ଇଡିରେ ହାଜର ହେବାକୁ ଅକ୍ଷମତା ପ୍ରକାଶ କରିଥିଲେ ।

ପାନାମା ପେପରରେ ବିଶ୍ୱର ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ବିଷୟରେ ସୂଚନା ରହିଛି ଯେଉଁମାନେ ଠକେଇ ଏବଂ ଟିକସ ଫାଙ୍କିଛନ୍ତି। ଏହି ଲିକ୍ ହୋଇଥିବା ଡକ୍ୟୁମେଣ୍ଟକୁ ପ୍ରଥମେ ଜର୍ମାନୀର ଏକ ଖବରକାଗଜ ପ୍ରକାଶ କରିଥିଲା ​​| ଭାରତୀୟଙ୍କ ସହ ଜଡିତ ପ୍ରାୟ ୧୨,୦୦୦ ଡକ୍ୟୁମେଣ୍ଟ୍ ମିଳିଥିଲା | ଏହାପୂର୍ବରୁ ୨୦୧୬ରେ ମୋସାକ୍ ଫୋନ୍ସେକାଙ୍କ ଡକ୍ୟୁମେଣ୍ଟ୍ ମଧ୍ୟ ଲିକ୍ ହୋଇଥିଲା ଯେଉଁଥିରେ ୫୦୦ ରୁ ଅଧିକ ଭାରତୀୟଙ୍କ ନାମ ରହିଥିଲା।

Comments are closed.