Odiaମୁକ୍ତି ମଣ୍ଡପ ପଣ୍ଡିତ ମହାସଭାର ମୋହର : ଏ ବର୍ଷ ଏପ୍ରିଲ ୧୪ରେ ହିଁ ପାଳନ ହେବ ପଣା ସଂକ୍ରାନ୍ତି
ପୁରୀ – ଏ ବର୍ଷ ମହାବିଷୁବ ବା ପଣା ସଂକ୍ରାନ୍ତି ପାଳନ ନେଇ ଥିବା ସଂଶୟ ଦୂର ହୋଇଛି । ଏପ୍ରିଲ ୧୪ ତାରିଖରେ ହିଁ ରାଜ୍ୟରେ ପଣା ସଂକ୍ରାନ୍ତି ପାଳନ ହେବ । ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି ପାଳନ ନେଇ ମୁକ୍ତି ମଣ୍ଡପ ପଣ୍ଡିତ ସଭା ମୋହର ମାରିଛି । ତେବେ ଅନ୍ୟ କିଛି ଗଣନାକାରୀ ଏପ୍ରିଲ ୧୩ ତାରିଖରେ ସଂକ୍ରାନ୍ତି ପଡୁଥିବା କହିଥିଲେ ।ଗତ ସପ୍ତାହରେ ଅନୁଷ୍ଠିତ ବୈଠକରେ ୨୦୨୪-୨୫ ପାଞ୍ଜି ଗଣନାରେ [...]
Odiaଆଉ ୫ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ୫ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ବଲାଙ୍ଗିର, ବରଗଡ଼, ଭଦ୍ରକ, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାର ହେଉଛି ଲୋକଙ୍କ ସରକାର । ଲୋକଙ୍କ ଇଚ୍ଛାକୁ ସମ୍ମାନ ଦେଇ ଓଡିଶା ସରକାର ଯୋଜନା କରନ୍ତି । ୫-ଟି ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ [...]
Odiaମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ଏକ ଝଟକା ! ଦଳରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ
ମୁମ୍ବାଇ: ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ଏକ ବଡ଼ ଝଟକା । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚହ୍ବାନ ସୋମବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ଦୁଇ ମାସ ମଧ୍ୟରେ କଂଗ୍ରେସ ପାଇଁ ଏହା ହେଉଛି ତୃତୀୟ ବଡ଼ ଝଟକା | ଚହ୍ବାନ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଆଜି ଯୋଗଦେବେ ବୋଲି କେତେକ ମିଡ଼ିଆ ରିପୋର୍ଟରେ କୁହାଯାଇଛି। ତାଙ୍କ ଇସ୍ତଫା ପଛର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଚହ୍ବାନଙ୍କ ଇସ୍ତଫାର ଦୁଇ ଦିନ ପୂର୍ବରୁ ମୁମ୍ବାଇ [...]
Odiaଆଜି ସଂଧ୍ୟାରେ କ୍ୟାବିନେଟ ବୈଠକ
ଭୁବନେଶ୍ୱର – ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ଲୋକସେବା ଭବନରେ ବସିବାକୁ ଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିବେ। ବୈଠକରେ ବିଭିନ୍ନ ବିଭାଗର ୧୫ଟି ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବି ବୈଠକରେ ନିଆଯାଇପାରେ ।
Odiaଗୁପ୍ତଚରଗିରି ଅଭିଯୋଗରେ ଗିରଫ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ଛାଡ଼ିଲା କାତାର
ନୂଆଦିଲ୍ଲୀ: ଗୁପ୍ତଚରଗିରି ଅଭିଯୋଗରେ କାତାର ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ୮ ପୂର୍ବତନ ଅଧିକାରୀ ମୁକ୍ତ ହୋଇଛନ୍ତି । ଭାରତ ପାଇଁ ଏହା ଏକ ବଡ଼ କୂଟନୈତିକ ବିଜୟ ଭାବେ ବିବେଚନା କରାଯାଉଛି । ଭାରତର ଆବେଦନ ପରେ ଏହି ନୌସେନା ଅଧିକାରୀ ମାନଙ୍କ ବିରୋଧରେ ମୃତ୍ୟୁଦଣ୍ଡ କୋହଳ କରାଯାଇ ଜେଲଦଣ୍ଡରେ ପରିଣତ କରାଯାଇଥିଲା । କତାର ନୌସେନା ଅଧିକାରୀଙ୍କୁ ମୁକ୍ତି ନେଇ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛି [...]
Odiaଆଜିଠାରୁ ୫ଟି ଜିଲ୍ଲାରେ ଗଡିବ ‘ଲକ୍ଷ୍ମୀ’ ବସ୍, ମୁଖ୍ୟମନ୍ତ୍ରୀ କରିବେ ଶୁଭାରମ୍ଭ
ଭୁବନେଶ୍ୱର – ଆଜି ୫ ଜିଲ୍ଲାରେ ଆରମ୍ଭ ହେବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ ସେବା । ବରଗଡ, ବଲାଙ୍ଗୀର, ସୁନ୍ଦରଗଡ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାରେ ‘ଲକ୍ଷ୍ମୀ’ ଯୋଜନାରେ ବସ୍ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ ଲୋକଙ୍କ ସୁଗମ ଓ ସୁଲଭ ଯାତାୟତ ପାଇଁ ଗତବର୍ଷ ରାଜ୍ୟ ସରକାର ‘ଲକ୍ଷ୍ମୀ’ ( ଲୋକେସନ ଆକସେସିବଲ୍ ମଲ୍ଟି ମୋଡାଲ୍ ଇନିସିଏଟିଭ ସ୍କିମ୍ ) ଯୋଜନା କାର୍ଯ୍ୟକାରୀ କରିଥିଲେ । ପ୍ରଥମେ [...]
Odiaଶ୍ରୀ ମହାପ୍ରସାଦ, ଅନ୍ନବ୍ରହ୍ମ, ଅଭଡ଼ା କୁ କାହିଁକି ଆସନ ଉପରେ ବସିକି ଖାଇବାକୁ ବାରଣ କରାଯାଇଛି ?
ଶ୍ରୀ ମହାପ୍ରସାଦର ଅନ୍ୟ ନାମ ହେଉଛି ଅଭଡ଼ା । ନ-ବାଢ଼ିକି କୁଡ଼ିଆରେ ଖାଇବାର ବିଧି ଥିବାରୁ ତାକୁ ଅଭଡ଼ା କୁହାଯାଏ । ଶ୍ରୀ ଜଗନ୍ନାଥ ସଂସ୍କୃତି କହୁଛନ୍ତି – ଶ୍ରୀ ଜଗନ୍ନାଥଙ୍କ ପାଖରେ କେହି ବଡ଼ ନୁହେଁ କି କେହି ସାନ ନୁହେଁ । କେହି ଛୁଆଁ ନୁହେଁ, କେହି ଅଛୁଆଁ ନୁହେଁ – ସମସ୍ତେ ସମାନ । ଅଭଡ଼ା ଖାଇଲା ବେଳେ, ଆନନ୍ଦରେ ତଳେ ବସି ସମସ୍ତେ ମିଳିମିଶି ଖାଇଲେ ଅଭଡ଼ାକୁ ସମ୍ମାନ ଦିଆଯାଏ । [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନିରଖି ସୈଲ ସରି ବିପିନ ବିଭାଗା । ଭୟଉ ରମାପତି ପଦ ଅନୁରାଗା ॥ ସୁମିରତ ହରିହି ଶ୍ରାପ ଗତି ବାଧୀ । ସହଜ ବିମଲ ମନ ଲାଗି ସମାଧି ॥ ଭାବାର୍ଥ :- ଗଙ୍ଗା ମାତାଙ୍କ କୁଳରେ ସୁନ୍ଦର ପର୍ବତ, ସୁନ୍ଦର ଜଙ୍ଗଲ ଆଉ ବହୁତ ସୁନ୍ଦର ପଶୁପକ୍ଷୀ ଆଦି ଦେଖି ନାରଦ ମୁନିଙ୍କର ମନ ଭଗବାନ ଶ୍ରୀଲକ୍ଷ୍ମୀକାନ୍ତଙ୍କ ପବିତ୍ର ଶ୍ରୀଚରଣରେ ପ୍ରେମ ହୋଇଗଲା । ଭଗବାନ ବିଷ୍ଣୁ ଙ୍କୁ [...]
Odiaଗୀତା ଉପଦେଶ:- ପୁରୁଷ (ଆତ୍ମା)ର କର୍ମକ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ପ୍ରକୃତି (ଭୌତିକ ଗୁଣ) ଦାୟୀ ଅଟେ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଜୀବ ଆତ୍ମା ଓ ପ୍ରକୃତିର ମିଶ୍ରଣ ବିଷୟରେ କହୁଛନ୍ତି ହେ ଅର୍ଜ୍ଜୁନ :- ପରଂ ଭୂୟଃ ପ୍ରବକ୍ଷ୍ୟାମି ଜ୍ଞାନାନାଂ ଜ୍ଞାନମୁତ୍ତମମ୍ । ଯଜ୍ଜ୍ଞାତ୍ୱା ମୁନୟଃ ସର୍ବେ ପରାଂ ସିଦ୍ଧିମିତୋ ଗତାଃ। ଅର୍ଥାତ ଶ୍ରୀକୃଷ୍ଣ ବର୍ଣ୍ଣନା କରିଥିଲେ ଯେ ସମସ୍ତ ଜୀବ ଆତ୍ମା ଓ ପ୍ରକୃତିର ମିଶ୍ରଣ ଅଟନ୍ତି । ସେ ଏକଥା ମଧ୍ୟ ସ୍ପଷ୍ଟ କରି ଦେଇଛନ୍ତି ଯେ ପୁରୁଷ (ଆତ୍ମା)ର କର୍ମକ୍ଷେତ୍ର ପ୍ରସ୍ତୁତ କରିବା ପାଇଁ ପ୍ରକୃତି (ଭୌତିକ ଗୁଣ) ଦାୟୀ [...]
Odiaଏଫଆଇଏଚ ପୁରୁଷ ପ୍ରୋ ଲିଗ୍ ହକି : ନେଦରଲ୍ୟାଣ୍ଡସକୁ ହରାଇ ଭାରତର କ୍ରମାଗତ ଦ୍ୱିତୀୟ ବିଜୟ
ଭୁବନେଶ୍ୱର – କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫଆଇଏଚ ପୁରୁଷ ପ୍ରୋ ଲିଗ୍ ହକିରେ ଆଜି ଖେଳାଯାଇଥିବା ଏକ ମ୍ୟାଚରେ ଭାରତ, ଶକ୍ତିଶାଳୀ ନେଦରଲ୍ୟାଣ୍ଡସକୁ ହରାଇ ଲଗାତର ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ସୁଟଆଉଟରେ ନେଦରଲ୍ୟାଣ୍ଡସକୁ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟର ଖେଳରେ ସ୍କୋର ୨-୨ ଗୋଲରେ ସୀମିତ ରହିଥିଲା । ଆଜିର ମ୍ୟାଚରେ ଭାରତ ପକ୍ଷରୁ ପ୍ରଥମ ଗୋଲ୍ ସ୍କୋର ହୋଇଥିଲା । ମ୍ୟାଚର ୧୩ତମ ମିନିଟରେ ହାର୍ଦ୍ଦିକ ସିଂହ ଗୋଲ୍ [...]
