Odiaଧର୍ମଗଡ଼ ସଡକ ଦୁର୍ଘଟଣାରେ ଜୀବନ ହାନି ନେଇ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ଅନୁକମ୍ପାମୂଳକ ସହାୟତା ଘୋଷଣା
ଭୁବନେଶ୍ୱର – କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ଏକ ସଡକ ଦୁର୍ଘଟଣାରେ ୨ ଜଣ ବ୍ୟକ୍ତି ପ୍ରାଣ ହରାଇବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ଗଭୀର ସମବେଦନା ଜଣାଇବା ସହିତ ମୃତ ବ୍ୟକ୍ତିମାନଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହିତ ଆହତ ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ [...]
Odiaଅଣ୍ଡର-୧୯ ବିଶ୍ୱକପ ଫାଇନାଲରେ ହାରିଲା ଭାରତ, ଅଷ୍ଟ୍ରେଲିଆ ଚତୁର୍ଥ ଥର ଚାମ୍ପିୟନ
ବେନୋନି: ଡିଫେଣ୍ଡିଂ ଚାମ୍ପିୟନ ଭାରତ ଅଣ୍ଡର-୧୯ ବିଶ୍ୱକପ ଟାଇଟଲ୍ ବଜାୟ ରଖିବାରେ ବିଫଳ ହୋଇଛି । ରବିବାର ଖେଳାଯାଇଥିବା ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୭୯ ରନ୍ରେ ହାରିଯାଇଛି ଭାରତ। ଅଣ୍ଡର-୧୯ ବିଶ୍ୱକପରେ ଅଷ୍ଟ୍ରେଲିଆର ଏହା ଚତୁର୍ଥ ଟାଇଟଲ୍ ଓ ଦଳ ୧୩ ବର୍ଷ ପରେ ଏହି ବୟସ ବର୍ଗରେ ବିଶ୍ବ ଚାମ୍ପିୟନ ହୋଇଛି । ଭାରତ ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ପରାସ୍ତ ହୋଇଛି | ଏହି ପୂର୍ବରୁ ୨୦୧୨ ଓ [...]
ଭୁବନେଶ୍ୱରରେ କଗ୍ନିଜେଣ୍ଟର ନୂଆ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର -ବିଶ୍ଵର ଅନ୍ୟତମ ଅଗ୍ରଣୀ ପ୍ରଯୁକ୍ତିବିଦ୍ୟା ସେବା ପ୍ରଦାନକାରୀ କମ୍ପାନୀ କଗ୍ନିଜେଣ୍ଟ ଟେକ୍ନୋଲୋଜିର ଭୁବନେଶ୍ଵର କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍ଘାଟନ କରିଛନ୍ତି । ଉଦ୍ଘାଟନୀ ସମାରୋହରେ କଗ୍ନିଜେଣ୍ଟର ସିଇଓ ରବି କୁମାର, ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଆଇଟି, କ୍ରୀଡ଼ା ଓ ଯୁବସେବା, ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ ମିଶ୍ର, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ସ୍ୱତନ୍ତ୍ର ସଚିବ [...]
Odiaକଳାହାଣ୍ଡି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପିକଅପ୍ ଭ୍ୟାନ ଓଲଟି ପଡିବାରୁ ୫ କୃଷି ଶ୍ରମିକ ମୃତ, ୨୫ରୁ ଅଧିକ ଆହତ
ଭବାନୀପାଟଣା – କଳାହାଣ୍ଡି ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ପିକଅପ ଭ୍ୟାନ ଓଲଟି ପଡିବାରୁ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଓ ୨୫ରୁ ଅଧିକ ଆହତ ହୋଇଛନ୍ତି। ଗୋଲାମୁଣ୍ଡା ଥାନା ଡୋକରିପଡା ନିକଟରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଧର୍ମଗଡ଼, ଜୁନାଗଡ଼ ଓ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଚାଷ କାମ ସାରି ଶ୍ରମିକମାନେ ଫେରିବା ବେଳେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଜୁନାଗଡ ଥାନା ଆଟିଗାଁ [...]
Odiaଅର୍ଦ୍ଧସାମରିକ ବାହିନୀରେ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ପ୍ରଥମ ଥର ଓଡ଼ିଆ ସମେତ ୧୩ଟି ଆଞ୍ଚଳିକ ଭାଷାରେ
ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ୍), ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଓ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍ଏଫ୍) ପରି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ୍ ବାହିନୀରେ କନେଷ୍ଟବଳ ନିଯୁକ୍ତି ପରୀକ୍ଷା ହିନ୍ଦୀ ଓ ଇଂରାଜୀ ବ୍ୟତୀତ ୧୩ଟି ଆଞ୍ଚଳିକ ଭାଷାରେ କରାଯିବ। ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, ଏହି ପରୀକ୍ଷା ଫେବୃଆରୀ ୧୦ ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦେଶର ୧୨୮ଟି ସହରରୁ ପ୍ରାୟ ୪୮ ଲକ୍ଷ [...]
Odiaମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କେନ୍ଦୁପତ୍ର ତୋଳାଳିଙ୍କୁ ୫୦ ପ୍ରତିଶତ ବୋନସ୍, ବନ୍ଧେଇ ଶ୍ରମିକ, କର୍ମଚାରୀଙ୍କ ପାଇଁ ୧୦ ପ୍ରତିଶତ ପ୍ରୋତ୍ସାହନ ରାଶି
ଭୁବନେଶ୍ଵର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦୁ ପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ୟାଣ ପାଇଁ କେତେକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି । ଘୋଷଣା ଅନୁଯାୟୀ କେନ୍ଦୁ ପତ୍ର ତୋଳାଳୀମାନଙ୍କୁ ଚଳିତ ଫସଲ ଋତୁ ପାଇଁ ୫୦ ପ୍ରତିଶତ ବୋନସ୍ ମିଳିବ। ଏହି ବୋନସ୍ ପରିମାଣ ଗତ ବର୍ଷଠାରୁ ଦୁଇ ଗୁଣ ଅଟେ। ଏହା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧା ଜମା ହେବ। ସେହିପରି କେନ୍ଦୁ ପତ୍ର ବନ୍ଧେଇ ଶ୍ରମିକ ଓ ସାମୟିକ କର୍ମଚାରୀଙ୍କ [...]
Odiaବିଶିଷ୍ଟ ସାହିତ୍ଯିକ ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ୱର – ବିଶିଷ୍ଟ ସାହିତ୍ଯିକ, ଓଡିଶା ସାହିତ୍ଯ ଏକାଡେମୀର ପୂର୍ବତନ ସଭାପତି ସାତକୋଡି ହୋତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ଯମନ୍ତ୍ରୀ କହିଛନ୍ତି ଯେ ରାଜ୍ଯର ଜଣେ ପ୍ରତିଷ୍ଠିତ ତଥା ଖ୍ଯାତିସମ୍ପନ୍ନ ସାହିତ୍ଯିକ ଭାବେ ସାତକୋଡି ହୋତାଙ୍କ ସୁନାମ ରହିଥିଲା । ଅନେକ ଉଚ୍ଚକୋଟୀର ଗଳ୍ପ, ଉପନ୍ଯାସ, କବିତା ଓ ଅନୁବାଦ ସାହିତ୍ଯ ରଚନା ମାଧ୍ଯମରେ ଓଡିଆ ସାହିତ୍ଯ ଜଗତରେ ସେ ତାଙ୍କର ଅମଳିନ ସ୍ମୃତି ଛାଡି ଯାଇଛନ୍ତି [...]
Odiaପାକିସ୍ତାନ ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା, ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନଙ୍କ ଦବଦବା
ଇସ୍ଲାମାବାଦ: ପାକିସ୍ତାନର ନିର୍ବାଚନ କମିଶନ ରବିବାର ସାଧାରଣ ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ଘୋଷଣା କରିଛି। ଜେଲରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ସର୍ବାଧିକ ୧୦୧ଟି ଆସନରେ ବିଜୟୀ ହୋଇଛନ୍ତି । ଅନ୍ୟପକ୍ଷରେ ତିନିଥରର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ୭୫ଟି ସିଟ୍ ଜିତି ସଂସଦରେ ସର୍ବ ବୃହତ୍ ଦଳ ଭାବେ ଉଭା ହୋଇଛି। ବିଲାୱାଲ ଜର୍ଦ୍ଦାରୀ ଭୁଟ୍ଟୋଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି ୫୪ଟି ଆସନ [...]
Odiaକେନ୍ଦୁପତ୍ର ତୋଳାଳିଙ୍କ ବୋନସ ବୃଦ୍ଧି କଲେ ରାଜ୍ୟ ସରକାର
ସମ୍ବଲପୁର – କେନ୍ଦୁପତ୍ର ତୋଳାଳିଙ୍କ ବୋନସ ପରିମାଣ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ବୋନସକୁ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି । ଏଥିରେ ଉପକୃତ ହେବେ ୮ ଲକ୍ଷ ୫୦ ହଜାର ତୋଳାଳି। ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ କେନ୍ଦୁପତ୍ର ବନ୍ଧାଳି ଓ ସିଜନାଲ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶିକୁ ମଧ୍ୟ ରାଜ୍ୟ ସରକାର ବଢାଇଛନ୍ତି । ଏହାକୁ ୨ ଗୁଣା ବୃଦ୍ଧି କରାଯାଇଛି । ସମ୍ବଲପୁର ଜିଲ୍ଲା ଚାରମାଲଠାରେ [...]
Odiaସୌରଭ ଗାଙ୍ଗୁଲିଙ୍କ ଘରୁ ଫୋନ୍ ଚୋରି, ବ୍ୟକ୍ତିଗତ ତଥ୍ୟର ଦୁରୁପଯୋଗ ଆଶଙ୍କାରେ ପୂର୍ବତନ ଅଧିନାୟକ
କୋଲକାତା: ବିସିସିଆଇର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲିଙ୍କ ମୋବାଇଲ ଫୋନ କୋଲକାତାର ବେହାଲାସ୍ଥିତ ତାଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଚୋରି ଫୋନର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ହେବ। ଗାଙ୍ଗୁଲି ଶନିବାର ଏନେଇ ଠାକୁରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତିି। ଫୋନରେ ଫୋନ୍ ଆକାଉଣ୍ଟ ବ୍ୟତୀତ ଗୁରୁତ୍ଵପୂର୍ଣ୍ଣ ବ୍ୟକ୍ତିଗତ ତଥ୍ୟ ରହିଥିବା ବେଳେ ଏହାର ଦୁରୁପଯୋଗ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ଗାଙ୍ଗୁଲି । ତାଙ୍କ ଚୋରି ଫୋନର ଯେପରି ଦୁରୁପଯୋଗ ନ ହେବ [...]
