Odiaସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ
ଭୁବନେଶ୍ୱର – ବିଶିଷ୍ଟ ସାହିତ୍ୟିକ ସାତକଡି ହୋତାଙ୍କ ପରଲୋକ ହୋଇଯାଇଛି। ୯୫ ବର୍ଷ ବୟସରେ ଆଖି ବୁଜିଛନ୍ତି ସାତକଡି । ସେ ଜଣେ ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ଥିଲେ ସାତକଡି । ଏକ ଓଡିଆ ଦୈନିକର ସମ୍ପାଦକ ଭାବେ ବି ସେ କାର୍ଯ୍ୟନିର୍ବାହ କରିଥିଲେ। ତାଙ୍କ ମୃତ୍ୟୁରେ ସାହିତ୍ୟ ଜଗତରେ ଶୋକ ପ୍ରକାଶ ପାଇଛି।
ସମ୍ବଲପୁର ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ
ସମ୍ବଲପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଆଜି ସମ୍ୱଲପୁର ଜିଲ୍ଲା ଗସ୍ତ କରିଛନ୍ତି । ଆଜି ସକାଳ ୬ଟାରେ ପାଣ୍ଡିଆନ ସମ୍ବଲପୁରରେ ପ୍ରଥମ ମହାନଦୀ ହାଫ୍ ମାରାଥନର ଶୁଭାରମ୍ଭ କରିଥିଲେ। ବିଭିନ୍ନ ଶ୍ରେଣୀରେ ଏଥିରେ ୪ ହଜାର ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ଅବସରରେ ୫-ଟି ଅଧ୍ୟକ୍ଷ କହିଥିଲେ ଯେ, ସମ୍ବଲପୁରରେ ଭଲ କ୍ରୀଡା ସଂସ୍କୃତି ରହିଛି। ଜିଲ୍ଲାରେ କ୍ରୀଡାର ଆହୁରି ବିକାଶ ଯେଭଳି ହେବ, [...]
Odiaଭିଡ଼ ଉପରେ ମାଡ଼ିଗଲା କ୍ଷୀର ଟ୍ୟାଙ୍କର, ତିନି ମୃତ, ୨୦ ଆହତ
ଗ୍ୟାଙ୍ଗଟକ୍: ଏକ କ୍ଷୀର ଟ୍ୟାଙ୍କର ନିୟନ୍ତ୍ରଣ ହରାଇ ମେଳା ଦେଖୁଥିବା ଲୋକଙ୍କ ଉପରେ ମାଡ଼ି ଯିବାରୁ ତିନି ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଛନ୍ତି । ଶନିବାର ସନ୍ଧ୍ୟାରେ ସିକ୍କିମର ଗ୍ୟାଙ୍ଗଟକ୍ ଜିଲ୍ଲାର ରାଣୀପୁରରେ ଏହି ଘଟଣା ଘଟିଛି । ଗ୍ୟାଙ୍ଗଟକ୍ ଜିଲ୍ଲା ମାଜିଷ୍ଟ୍ରେଟ ତୁଷାର ନିଖାରେଙ୍କ ସୂଚନା ଅନୁଯାୟୀ ଶନିବାର ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା । ରଣୀପୁରରେ ଏକ ତାମ୍ବୋଲା କାର୍ଯ୍ୟକ୍ରମ ଚାଲିଥିଲା । [...]
Odiaଭିମସାର ପାଇଁ ହଜାରେ କୋଟିର ପ୍ୟାକେଜ, ବଦଳିବ ରୂପରେଖ
ସମ୍ବଲପୁର: ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର (ଭିମସାର)ର ରୂପରେଖ ବଦଳିବ। ଏଥିପାଇଁ ହଜାରେ କୋଟିର ପ୍ୟାକେଜ ବ୍ୟବସ୍ଥା ହୋଇଥିବା ନେଇ ଆଜି ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସୂଚନା ଦେଇଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଭିମସାର ନିର୍ଦ୍ଦେଶକଙ୍କ ସମେତ ବିଭାଗୀୟ ମୁଖ୍ଯମାନେ ଯୋଗ ଦେଇଥିଲେ। ଏଥିରେ ପ୍ରଥମ ପର୍ଯ୍ୟାୟରେ ଶିଶୁ ଓ ମହିଳା ରୋଗ ବିଭାଗର ବିକାଶ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ୭ ଶହ [...]
Odiaଗାଡି ଦୁର୍ଘଟଣାଗ୍ରସ୍ତ ଯୋଗୁଁ ନବରଙ୍ଗପୁର ସାଂସଦ ସାମାନ୍ୟ ଆହତ
ନବରଙ୍ଗପୁର – ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ସାଂସଦ ଦିଲ୍ଲୀରୁ ସଂସଦ ଅଧିବେଶନ ସାରି ରାୟପୁର ରାସ୍ତା ଦେଇ ଫେରୁଥିବା ବେଳେ ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଠାରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚକା ଫାଟିଯିବା ଯୋଗୁଁ ଗାଡ଼ି ଏକ ଖାତ ଭିତରକୁ ପଶି ଯାଇଥିଲା । ଗାଡ଼ିରେ ସାଂସଦଙ୍କ ସମେତ ଗାଡ଼ି ଡ୍ରାଇଭର ଓ ପିଏସଓ ଉପସ୍ଥିତ ଥିଲେ। ସମସ୍ତେ [...]
ସମ୍ବଲପୁରରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ, ସମୀକ୍ଷା
ସମ୍ବଲପୁର: ଗତକାଲି ରାତିରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଗସ୍ତରେ ଆସି ରାତ୍ରିଯାପନ କରିଛନ୍ତି। ରାତିରେ ସର୍କିଟ ହାଉସରେ ଅବସ୍ଥାନ ପରେ ଆଜି ପ୍ରଥମେ ଭିଏସଏସ ଷ୍ଟାଡିୟମକୁ ଯାଇ ଭିତ୍ତିଭୂମିର ଅନୁଧ୍ୟାନ କରିଥିଲେ। ପରେ ସେଠାରେ ଖେଳାଳିଙ୍କ ସହ କ୍ରିକେଟ ଖେଳିଥିଲେ। ପିଲାଙ୍କ ସହ ଖେଳିବା ବେଳେ ସେ ତାଙ୍କ ଛାତ୍ର ଜୀବନରେ କ୍ରୀଡା ଛାତ୍ରାବାସରେ ବିତାଇଥିବା ଦିନକୁ ସ୍ମରଣ କରିଥିଲେ। ସେଠାରୁ ମାଁ ସମଲେଶ୍ବରୀଙ୍କ ଦର୍ଶନ କରିବା ପରେ ସମ୍ବଲପୁର ମହାନଗର ନିଗମ ପକ୍ଷରୁ [...]
Odiaଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ କଂଗ୍ରେସରୁ ବହିଷ୍କୃତ
ନୂଆଦିଲ୍ଲୀ: ଦଳ ବିରୋଧୀ କାର୍ଯ୍ୟ ପାଇଁ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛି କଂଗ୍ରେସ। ଉତ୍ତର ପ୍ରଦେଶ କଂଗ୍ରେସ କମିଟି ପଠାଇଥିବା ପ୍ରସ୍ତାବ ଆଧାରରେ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ର ସାଧାରଣ ସମ୍ପାଦକ କେ.ବେଣୁଗୋପାଳଙ୍କ ତରଫରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଶୃଙ୍ଖଳା ଓ ଦଳ ବିରୋଧରେ ବୟାନବାଜି କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ୍ ଜଣେ [...]
Odiaଆଜି ଖଲ୍ଲିକୋଟ ରାଜପରିବାର ଶ୍ମଶାନରେ ରାଣୀସାହେବାଙ୍କ ଶେଷକୃତ୍ୟ
ଭୁବନେଶ୍ୱର – ଶେଷ ଯାତ୍ରାରେ ପୂର୍ବତନ ବିଧାୟିକା ଭି. ସୁଜ୍ଞାନ କୁମାରୀ ଦେଓ । ଆଜି ଖଲ୍ଲିକୋଟ ରାଜପରିବାରର ଶ୍ମଶାନ ଘାଟରେ ରାଣୀ ସାହେବାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ । ତାଙ୍କ ପାର୍ଥିବ ଶରୀର ରମ୍ଭା ରାଜପ୍ରାସାଦରେ ରଖାଯାଇଛି। ଗତକାଲି ଚେନ୍ନାଇରୁ ସ୍ୱତନ୍ତ୍ର ବିମାନ ଯୋଗେ ତାଙ୍କ ମର ଶରୀର ଭୁବନେଶ୍ୱର ଅଣାଯାଇଥିଲା । ପରେ ଏୟାରପୋର୍ଟରୁ ଶୋଭାଯାତ୍ରାରେ ଆସିଥିଲେ ରାଣୀ ମାଆ। ସେଠାରୁ ଶଙ୍ଖ ଭବନକୁ ଆସିଥିଲା ପାର୍ଥିବ ଶରୀର। ସେଠାରେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ [...]
Odiaଅଣ୍ଡର-୧୯ ବିଶ୍ୱକପ: ଆଜି ଭାରତ-ଅଷ୍ଟ୍ରେଲିଆ ଟାଇଟଲ୍ ଲଢ଼େଇ
ବେନୋନି (ଦକ୍ଷିଣ ଆଫ୍ରିକା): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଆଇସିସି ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପ ଫାଇନାଲ୍ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟରେ ସବୁଠୁ ସଫଳ ଦଳ ଭାବେ ଭାରତ ସର୍ବାଧିକ ୫ ଥର ଟାଇଟଲ୍ ଜିତିଛି । ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲ ଜିତି ରେକର୍ଡ ଷଷ୍ଠ ଥର ଚାମ୍ପିୟନ୍ ହେବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ । ଭାରତୀୟ ଦଳ ନବମ ଥର ଫାଇନାଲ ଖେଳିବାକୁ ଥିବାବେଳେ ଅଷ୍ଟ୍ରେଲିଆର ଏହା ଷଷ୍ଠ ଫାଇନାଲ ହେବ [...]
ସ୍କଚ୍ ‘ଷ୍ଟେଟ୍ ଅଫ୍ ଗଭର୍ଣ୍ଣାନସ’ରେ ଓଡ଼ିଶା ନମ୍ବର ୱାନ୍
ଭୁବନେଶ୍ୱର – ସମ୍ମାନଜନକ ସ୍କଚ୍ ‘ଷ୍ଟେଟ୍ ଅଫ୍ ଗଭର୍ଣ୍ଣାନସ’ ୨୦୨୩ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ଵାଧୀନ ସରକାର ସୁଶାସନରେ ଏକ ନମ୍ବର ହୋଇଛି। ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଉଲ୍ଲେଖନୀୟ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ୨୦୨୨ରେ ସୁଶାସନ ରାଙ୍କିଂରେ ଓଡ଼ିଶା ୫ ନମ୍ବରରେ ଥିବା ବେଳେ ୨୦୨୩ରେ ଓଡ଼ିଶା ଏକ ନମ୍ବରରେ ପହଞ୍ଚି ପାରିଛି । ସ୍କଚ୍ ସର୍ଭେକ୍ଷଣ ଅନୁସାରେ ନବୀନ ସରକାର ବିପର୍ଯ୍ୟୟ ପରିଚାଳନା, ଶିକ୍ଷା, ଭିତ୍ତିଭୂମି, ଜଳଯୋଗାଣ, [...]
