Odiaମନରେଗା ପାଣ୍ଠି ଆତ୍ମସାତ୍ ମାମଲାରେ ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଇଡିର ଚଢ଼ାଉ
କୋଲକାତା: ମନରେଗା ପାଣ୍ଠି ଆତ୍ମସାତ୍ ଅଭିଯୋଗରେ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପଶ୍ଚିମବଙ୍ଗର ଅନେକ ସ୍ଥାନରେ ଏକକାଳୀନ ଚଢ଼ାଉ କରିଛି । ସୂଚନା ମୁତାବକ ସଲ୍ଟ ଲେକ୍ ଆଇଏ ବ୍ଲକରେ ଥିବା ପୂର୍ବତନ ବିଡିଓଙ୍କ ବାସଭବନରେ ରେଡ୍ କରିଛି କେନ୍ଦ୍ରୀୟ ସଂସ୍ଥା । ଏହାଛଡ଼ା ହୁଗଲି ଜିଲ୍ଲାର ଚିନ୍ସୁରାରେ ଜଣେ ବ୍ୟବସାୟୀଙ୍କ ବାସଭବନ ଏବଂ କାର୍ଯ୍ୟାଳୟ ଉପରେ ବି ଚଢ଼ାଉ ହୋଇଛି। ମୁର୍ସିଦାବାଦ ଜିଲ୍ଲାର ବହରାମପୁରରେ ଜଣେ ରାଜ୍ୟ ସରକାରୀ କର୍ମଚାରୀଙ୍କ ଘରେ ମଧ୍ୟ ତଲାସି ଚାଲିଛି। [...]
Odiaରାଜ୍ୟର ସମସ୍ତ ଗାଁକୁ ୨୦୨୪ ସୁଦ୍ଧା ପାଇପ ଯୋଗେ ପିଇବା ପାଣି : ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ
ଭୁବନେଶ୍ୱର – ରାଜ୍ୟର ସମସ୍ତ ଗାଁକୁ ୨୦୨୪ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ବିଧାନସଭାରେ ଆଜି ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ ଅମାତ । ସେ କହିଛନ୍ତି, ଯେ, ଯେଉଁଠି ଉତ୍ସ କି ଜମି ସମସ୍ୟା ରହିଛି, ସେଠାରେ ୨୦୨୫ ସୁଦ୍ଧା ପାଇପ ଯୋଗେ ପାନୀୟ ଜଳ ଯୋଗାଣ କାର୍ଯ୍ୟ ସରିବ । ମନ୍ତ୍ରୀଙ୍କ ସୂଚନା ଅନୁସାରେ ୨୦୨୩ ମାର୍ଚ୍ଚ ସୁଦ୍ଧା [...]
Odiaଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତି ତାପମାତ୍ରା ବୃଦ୍ଧି
ଭୁବନେଶ୍ୱର – ରାଜ୍ୟରେ ଅଧିକାଂଶ ଅଞ୍ଚଳରେ ରାତିର ତାପମାତ୍ରା ବୃଦ୍ଧି ପାଇଛି । ଉପକୂଳ ସହ ଆଭ୍ୟନ୍ତରୀଣ ଓଡ଼ିଶାରେ ରାତିର ତାପମାତ୍ରା ବୃଦ୍ଧି ପାଇଥିବା ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି । ସ୍ୱାଭାବିକ ଠାରୁ ୨ରୁ ୫ ଡିଗ୍ରୀ ଯାଏଁ ବଢ଼ିଲା ରାତ୍ରି ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ସ୍ୱାଭାବିକଠାରୁ ୩ରୁ ୭ ଡିଗ୍ରୀ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା କିଛି ଦିନ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଅନେକ [...]
Odiaକେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବଙ୍କ ଠିକଣାରେ ଇଡି ଚଢ଼ାଉ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଟିମ୍ ମଙ୍ଗଳବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଶ୍ୱ କୁମାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢ଼ାଉ କରିଛି । ଦିଲ୍ଲୀ ଜଳ ବୋର୍ଡ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଏହି ଚଢ଼ାଉ ହୋଇଥିବା କୁହାଯାଇଛି । ଦିଲ୍ଲୀ ଜଳ ବୋର୍ଡର ପୂର୍ବତନ ସଦସ୍ୟ ସଲଭ କୁମାର ଓ ଆପ୍ ସାଂସଦ ଏନଡି ଗୁପ୍ତା ଏବଂ ଦଳର ଅନ୍ୟ କିଛି [...]
Odiaଆଜି ଉତ୍ତରାଖଣ୍ଡ ବିଧାନସଭାରେ ଆଗତ ହେବ ସମାନ ନାଗରିକ ସଂହିତା ବିଲ୍
ଡେରାଡୁନ: ଉତ୍ତରାଖଣ୍ଡ ବିଧାନସଭାରେ ମଙ୍ଗଳବାର ସମାନ ନାଗରିକ ସଂହିତା (ୟୁସିସି) ବିଲ୍ ଉପସ୍ଥାପିତ ହେବ। ଏହାକୁ ଦୃଷ୍ଟିରେ ରଖି ବିଧାନସଭା ବାହାରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସୋମବାର ଏହି ପ୍ରସଙ୍ଗରେ ଡେରାଡୁନରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ରାଜ୍ୟର ପୂର୍ବତନ ବୈଦେଶିକ ମନ୍ତ୍ରୀ ୟାକୁବ ସିଦ୍ଦିକିଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ବିଧାନସଭା ଆଡକୁ ପଦଯାତ୍ରା କରିଥିଲେ। ସେମାନେ ୟୁସିସି ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏହି ଡ୍ରାଫ୍ଟରେ ବହୁ ବିବାହକୁ ନିଷିଦ୍ଧ ସହ ସମସ୍ତ ଧର୍ମରେ ବିବାହ [...]
Odiaବଜେଟ ଅଧିବେଶନର ଦ୍ୱିତୀୟ ଦିନ: ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ହେବ ଆଲୋଚନା
ଭୁବନେଶ୍ୱର – ବିଧାନସଭା ବଜେଟ ଅଧିବେଶନର ଆଜି ଦ୍ୱିତୀୟ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଗୃହକାର୍ଯ୍ୟ ବେଶ୍ ସରଗରମ ହେବା ଆଶା କରାଯାଉଛି। ଏଥିସହ ଆଜି ରାଜ୍ୟପାଳଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଗୃହରେ ଆଲୋଚନା ହେବ । ଆଜି ମଧ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ, ପର୍ଯ୍ୟଟନ, ଗୃହ ନିର୍ମାଣ ଓ ପୌର ଉନ୍ନୟନ, ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଅବକାରୀ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସୂଚନା ଓ [...]
Odiaଷଟତିଳା (ମାଘ କୃଷ୍ଣପକ୍ଷ) ଏକାଦଶୀ ମାହାତ୍ମ୍ୟ
ଯୁଧିଷ୍ଠିର ପଚାରିଲେ : ହେ ଭଗବନ୍ ! ମାଘ ମାସର କୃଷ୍ଣପକ୍ଷରେ କେଉଁ ଏକାଦଶୀ ହୁଫଏ ? ଏହା ପାଳନ କରିବାର ବିଧି କ’ଣ ତଥା ଏହା ଦ୍ଵାରା କେଉଁ ଫଳ ଲାଭ ହୁଏ ? କୃପାକରି ଏସବୁ କଥା ମୋତେ କହନ୍ତୁ । ଶ୍ରୀଭଗବାନ କହିଲେ : ନୃପଶ୍ରେଷ୍ଠ ! ମାଘମାସ କୃଷ୍ଣପକ୍ଷର ଏକାଦଶୀ ‘ଷଟତିଳା’ ନାମରେ ବିଖ୍ୟାତ, ଯାହା ସର୍ବପାପନାଶକ । ମୁନିଶ୍ରେଷ୍ଠ ପୁଲସ୍ତ୍ୟ ଏହାର ଯେଉଁ ପାପହାରିଣୀ କଥା ଋଷି ଦାଲଭ୍ୟଙ୍କୁ କହିଥିଲେ, [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
ଦରସ ଲାଲସା ସକୁତ ନ ଥୋରୀ। ପ୍ରଗଟତ ଦୁରତ ବହୋରି ବହୋରୀ ॥ ଭଏ ମଗନ ସବ ଦେଖନିହାରେ। ଜନକ ସମାନ ଅପାନ ବିସାରେ।* *ଭାବାର୍ଥ :- ପ୍ରଭୁ ଶ୍ରୀରାମ ଓ ସୀତାଙ୍କୁ କାମଦେବ ଓ ତାଙ୍କ ପତ୍ନୀ ରତିଙ୍କୁ ଦର୍ଶନ କରିବା ଲାଳସା କିଛି କମ ନଥିଲା, ଅର୍ଥାତ୍ ମନରେ ବହୁତ ବେଶୀ ଆକାଂକ୍ଷା ଥିଲା, ସେଥିପାଇଁ ଯେପରି ସେ ବାରମ୍ବାର ପ୍ରକଟିତ ହେଉଥାନ୍ତି ଆଉ ପୁଣି ଲୁଚି ଯାଉଥାନ୍ତି । ଏ ସମସ୍ତ ଦୃଶ୍ୟକୁ [...]
Odiaଗୀତା ଉପଦେଶ: ସମସ୍ତ ବ୍ୟକ୍ତିଙ୍କ ପ୍ରତ୍ୟେକ ଇନ୍ଦ୍ରିୟ ନିଜ ମନ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଧ୍ୟାନ ଯୋଗ ସମ୍ବନ୍ଧରେ କହୁଛନ୍ତି : – ସଂକଳ୍ପପ୍ରଭବାନ୍କାମାଂସ୍ତ୍ୟକ୍ତ୍ୱା ସର୍ବାନଶେଷତଃ । ମନସୈବେନ୍ଦ୍ରିୟଗ୍ରାମଂ ବିନିୟମ୍ୟ ସମନ୍ତତଃ ।ା୨୪।। ଅର୍ଥାତ:- ସଂସାରର ଚିନ୍ତନରେ ଜାତ ସମସ୍ତ କାମନାକୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରି, ବ୍ୟକ୍ତି ମନ ଦ୍ୱାରା ନିଜର ସମସ୍ତ ଇନ୍ଦ୍ରିୟକୁ ସର୍ବତୋ ଭାବରେ ନିୟନ୍ତ୍ରିତ କରିବା ଉଚିତ ।
Odia୧୧୩୨ ଛାତ୍ରଛାତ୍ରୀଙ୍କ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ
ବ୍ରହ୍ମପୁର: ସ୍ଥାନୀୟ ଭି. ଭି. ଗିରି ସରକାରୀ ମହିଳା ମାଧ୍ୟମିକ ପ୍ରଶିକ୍ଷଣ ବିଦ୍ୟାଳୟ ଠାରେ ଆଜି ଏକ ଭାବବିହ୍ବଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ସାରା ଜିଲ୍ଲାର ୨୨ ଗୋଟି ବ୍ଲକରୁ ଆସିଥିବା ୧୧୩୨ ଜଣ ଛାତ୍ରଛାତ୍ରୀ ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାଇଥିଲେ। ସେମାନଙ୍କ କଣ୍ଠସ୍ବରରେ ବିଦ୍ୟାଳୟ ପରିସର ଝଙ୍କୃତ ହୋଇ ଉଠିଥିଲା। ଯିଏ ଶୁଣୁଥିଲା ତା’ର ମନ ଓ ହୃଦୟ ଜାତିପ୍ରେମ ଭାବନାରେ ଭରି ଉଠୁଥିଲା। ଅବସର ଥିଲା ଜିଲ୍ଲାସ୍ତରୀୟ ଭାଷା, ସାହିତ୍ୟ, ସଂସ୍କୃତି ଓ [...]
