Odiaଆଗାମୀ ନିର୍ବାଚନ ପରେ କଂଗ୍ରେସ ଦର୍ଶକ ଗ୍ୟାଲେରୀରେ ବସିବ: ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ବେଳେ ବିରୋଧୀଙ୍କୁ, ବିଶେଷକରି କଂଗ୍ରେସକୁ ତୀବ୍ର ଆକ୍ରମଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଆଗାମୀ ନିର୍ବାଚନ ପରେ କଂଗ୍ରେସ ଦର୍ଶକ ଗ୍ୟାଲେରୀରେ (ସଂସଦର) ବସିବ । ବିରୋଧୀ ଦଳ ଭାବେ ଦାୟିତ୍ୱ ତୁଲାଇବାରେ କଂଗ୍ରେସ ପୁରାପୁରି ବିଫଳ ହୋଇଛି। ଏହି ଦଳ ଅନ୍ୟ ବିରୋଧୀ ଦଳ ଗୁଡ଼ିକୁ ଆଗକୁ ଆସିବାକୁ ସୁଯୋଗ ଦେଉନି। ବିରୋଧୀ ଦଳର ଅବସ୍ଥା ପାଇଁ [...]
Odiaମୁଖ୍ୟମନ୍ତ୍ରୀଙ୍କୁ ଭେଟି ଛାତ୍ରଛାତ୍ରୀ ଦେଲେ ଗିନିଜ୍ ବୁକ ରେକର୍ଡର ଫଳକ, ‘ମୋ କଥା ମୋ କାହାଣୀ’ ଲେଖି ଛାତ୍ରଛାତ୍ରୀ ରଚିଥିଲେ ବିଶ୍ବ ରେକର୍ଡ
ଭୁବନେଶ୍ୱର – ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଛାତ୍ରଛାତ୍ରୀମାନେ ନବୀନ ନିବାସ ଆସିବା ସହିତ “ମୋ କଥା ମୋ କାହାଣୀ” ଲେଖି ହାସଲ କରିଥିବା ଗିନିଜ ବୁକ୍ ଅଫ୍ ୱାର୍ଲଡ ରେକର୍ଡ୍ସର ଫଳକ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। ଏଥିସହିତ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ସାହିତ୍ୟ ଓ ସୃଜନଶୀଳତା ଉତ୍ସବରେ ସେମାନେ ନିଜେ ଲେଖିଥିବା ପୁସ୍ତକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି। [...]
Odiaବିଶ୍ବ ଓଡ଼ିଆ ସମ୍ମିଳନୀରେ ଅଂଶ ଗ୍ରହଣ କଲେ ଭିସୁଟ୍ ର ଛାତ୍ରଛାତ୍ରୀ
ସମ୍ବଲପୁର: ୫ ଫେବ୍ରୁଆରୀ ଦିନ ୧୧ଟାରୁ ୨ଟା ମଧ୍ୟ ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ)ର ବିଜୁ ପଟ୍ଟନାୟକ୍ ଇ-ରର୍ଣ୍ଣିଙ୍ ସେଣ୍ଟର୍ ରେ ଅନୁଷ୍ଠିତ “ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ” ରେ ଭିସୁଟ୍ ର ୧୪୦ ସ୍ନାତକ ଏବଂ ପିଏଚଡି ଛାତ୍ରଛାତ୍ରୀ ଅନଲାଇନରେ ଅଂଶଗ୍ରହଣ କରିଥିଲେ। ଏହା ସମ୍ମିଳନୀର ତୃତୀୟ ଦିନ ଥିଲା ଯାହାର ମୂଳ “୨୦୩୭ ଓଡିଶା : ନବଦିଗନ୍ତର ସମ୍ଭାବନା ” ଥିଲା I ଓଡିଆ ଭାଷାର [...]
Odiaପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ
ଭୁବନେଶ୍ୱର – ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଶେଷ ଦିନରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରକାଶିତ ‘ଉତ୍କଳ ପ୍ରସଙ୍ଗ’ ଓ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚିତ ହୋଇଛି । ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଦୁଇ ପତ୍ରିକାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରି କହିଲେ ଯେ ୧୯୪୪ ମସିହାରୁ ଏହି ଦୁଇଟି ପତ୍ରିକା ନିରବଚ୍ଛିନ୍ନ ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର କରିଆସୁଛି । [...]
Odiaପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ : ‘୨୦୩୬ରେ ଓଡି଼ଶା : ନବଦିଗନ୍ତର ସମ୍ଭାବନା ’ ଶୀର୍ଷକ ଆଲୋଚନା ସଭା
ଭୁବନେଶ୍ୱର – ଆମେ ଦେଶ ଓ ଜାତି ପାଇଁ ସ୍ଵପ୍ନ ଦେଖିବାକୁ ପଡିବ ଏବଂ ସେହି ସ୍ଵପ୍ନର ସମ୍ଭାବନକୁ ସଫଳ କରିବାକୁ ପଡିବ । ଜାତିର ପିତା ମହାତ୍ମା ଗାନ୍ଧି ଦେଶ ଓ ଜାତି ପାଇଁ ବାଟ ଖୋଜି ନ ଥିଲେ ବରଂ ବାଟ ସେ ନିଜେ କାଢିଥିଲେ । ମହାତ୍ମା ଗାନ୍ଧି , ଉତ୍କଳମଣି ଗୋପବନ୍ଧୁ , ଉତ୍କଳଗୌରବ ମଧୁସୂଦନଙ୍କ ପରି ମହାପୁରୁଷମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇପାରିଲେ ୨୦୩୬ର ଓଡ଼ିଶା ଆଦର୍ଶ , ସମୃଦ୍ଧ ଓ [...]
Odiaପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉଦଯାପିତ : ପ୍ରତି ୫ ବର୍ଷରେ ଥରେ ସମ୍ମିଳନୀ ଆୟୋଜନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ଭୁବନେଶ୍ବର – ଉଦ୍ଯାପିତ ହୋଇଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ।ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ୫ ବର୍ଷ ପରେ ଆମେ ସମସ୍ତେ ପୁଣି ଥରେ ଏକାଠି ହୋଇ ଓଡ଼ିଆ ଭାଷାକୁ [...]
Odiaପ୍ରଶ୍ନପତ୍ର ଲିକ୍ ଓ ପରୀକ୍ଷାରେ ଅନୈତିକ ଉପାୟ ରୋକିବାକୁ ବିଲ୍ ଆଣିଲେ ସରକାର
ନୂଆଦିଲ୍ଲୀ: ପ୍ରତିଯୋଗିତା ମୂଳକ ପରୀକ୍ଷାରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଭଳି ଅନୈତିକ ଉପାୟ ରୋକିବାକୁ ସରକାର ସୋମବାର ଲୋକସଭାରେ ‘ପବ୍ଲିକ୍ ଏଗଜାମିନେସନ (ପ୍ରିଭେନସନ୍ ଅଫ୍ ଅନଫେୟାର ମିନସ୍) ବିଲ୍, ୨୦୨୪’ ଆଗତ କରିଛନ୍ତି। ପରୀକ୍ଷାରେ ଅନିୟମିତତା ସହ ଜଡିତ ଅପରାଧ ପାଇଁ ଏହି ବିଲରେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୧ କୋଟି ପର୍ଯ୍ୟନ୍ତ ଜୋରିମାନାର ପ୍ରାବଧାନ ରହିଛି। ନିକଟରେ କେନ୍ଦ୍ର କ୍ୟାବିନେଟ ଏହି ବିଲକୁ ମଞ୍ଜୁରୀ ପ୍ରଦାନ କରିଥିଲା। କେନ୍ଦ୍ର କାର୍ମିକ [...]
Odiaପାକିସ୍ତାନ: ଥାନା ଉପରେ ଆତଙ୍କବାଦୀ ଆକ୍ରମଣ, ୧୦ ପୋଲିସ କର୍ମଚାରୀ ମୃତ
ଇସଲାମାବାଦ: ପାକିସ୍ତାନର ଏକ ପୋଲିସ ଥାନା ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି। କିଛି ସଶସ୍ତ୍ର ଆତଙ୍କବାଦୀ ସୋମବାର ଖାଇବର ପଖତୁନଖ୍ବା ପ୍ରଦେଶର ଡେରା ଇସମାଇଲ ଖାନ ଜିଲ୍ଲାର ଏକ ପୋଲିସ ଥାନା ଉପରେ ଗ୍ରେନେଡ୍ ଆକ୍ରମଣ କରିଛନ୍ତିି। ଏହି ଆକ୍ରମଣରେ ୧୦ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆତଙ୍କବାଦୀ ଆକ୍ରମଣ ପରେ ଘଟଣାସ୍ଥଳକୁ ସୁରକ୍ଷା ବାହିନୀକୁ ପଠାଯାଇଛି।ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ନିଜକୁ [...]
Odiaବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ : ସୂଚନା ଓ ପ୍ରଯୁକ୍ତିବିଦ୍ୟା ଯୁଗରେ ଓଡ଼ିଆ ଭାଷା ସମ୍ପର୍କିତ ଆଲୋଚନା ଚକ୍ର
ଭୁବନେଶ୍ୱର: ଓଡ଼ିଆ ଭାଷା ହେଉଛି ସର୍ବପ୍ରାଚୀନ ଭାଷା । ଆମ ରାଜ୍ୟର ସଂସ୍କୃତି, ଐତିହ୍ୟ, ପରମ୍ପରା ଆଜି ସାରା ବିଶ୍ଵରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି । ତେଣୁ ଭାଷାର ସୁରକ୍ଷା ପାଇଁ ସୂଚନା ପ୍ରଯୁକ୍ତିର ଉପଯୋଗୀ ବ୍ୟବହାର ନିତାନ୍ତ ଆବଶ୍ୟକ । ଏଥି ସହ ବିଭିନ୍ନ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରି ଓଡ଼ିଆ ଭାଷାକୁ କିପରି ବିଶ୍ୱସ୍ତରରେ ପହଞ୍ଚାଇ ହେବ, ସେନେଇ ଅଧିକ ଗବେଷଣା ଜରୁରୀ ବୋଲି ଆଜି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ [...]
Odiaଚଣ୍ଡିଗଡ଼ ମେୟର ନିର୍ବାଚନ ବିବାଦ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ, କହିଲେ ଗଣତନ୍ତ୍ରର ହତ୍ୟା
ନୂଆଦିଲ୍ଲୀ: ଆଜି ଚଣ୍ଡିଗଡ଼ ମେୟର ନିର୍ବାଚନ ଜାଲିଆତି ନେଇ ଆମ୍ ଆଦମୀ ପାର୍ଟି (ଆପ୍) ର ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ଚଣ୍ଡିଗଡ଼ ମେୟର ନିର୍ବାଚନରେ ଜାଲିଆତି ହୋଇଛି ବୋଲି ମାନିବା ସହ ପ୍ରିଜାଇଡିଂ ଅଫିସରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ପ୍ରିଜାଇଡିଂ ଅଫିସର କିଛି ବାଲଟ୍ ପେପରକୁ ସନ୍ଦେହ ଜନକ ଭାବେ ନାକଚ କରିଥିବା [...]
