Odia୪ ଲକ୍ଷ ଅତିରିକ୍ତ ହିତାଧିକାରୀ ମଧୁ ବାବୁ ପେନସନ ଯୋଜନାରେ ସାମିଲ, ସମୁଦାୟ ହିତାଧିକାରୀଙ୍କ ସଂଖ୍ୟା ୩୬.୭୫ ଲକ୍ଷରେ ପହଞ୍ଚିଲା
ଭୁବନେଶ୍ଵର – ରାଜ୍ୟ ସାମାଜିକ ସୁରକ୍ଷା ବ୍ୟବସ୍ଥା ମଧୁବାବୁ ପେନସନ ଯୋଜନାରେ ସାମିଲ ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସିର ଖବର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧୁବାବୁ ପେନସନ ଯୋଜନାରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ରାଜ୍ୟର ସମୁଦାୟ ମଧୁବାବୁ ପେନସନ ହିତାଧିକାରୀଙ୍କ ସଂଖ୍ୟା ୩୨.୭୫ରୁ ବୃଦ୍ଧି ପାଇ ୩୬.୭୫ ରେ ପହଞ୍ଚିବ। ରାଜ୍ୟ ସରକାର ଏଥିପାଇଁ ମାସକୁ ୧୯୦.୨୦ କୋଟି ଟଙ୍କା ଖର୍ଚ୍ଚ କରିବେ। ୫-ଟି ତଥା [...]
Odiaମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି : ‘ମୁଖ୍ୟମନ୍ତ୍ରୀ କଳାକାର ଯୋଜନା’ରେ ସାମିଲ ହେବେ ଆଉ ୩୦ ହଜାର କଳାକାର
ଭୁବନେଶ୍ଵର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା’ ରେ ଆଉ ତିରିଶ ହାଜର କଳାକାରଙ୍କୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଏକ ପ୍ରମୁଖ ଯୋଜନା । ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ଏହି ଯୋଜନାରେ ଅଧିକ କଳାକାରଙ୍କୁ ସାମିଲ କରିବା ପାଇଁ କଳାକାର ଓ ସେମାନଙ୍କର ସଂଗଠନ ଅନୁରୋଧ କରି ପ୍ରସ୍ତାବ ଦେଇଥିଲେ । ମୁଖ୍ୟମନ୍ତ୍ରୀ ଏହାପରେ ଏହି [...]
Odiaହ୍ରିତିକ୍-ଦୀପିକାଙ୍କ ଚୁମ୍ବନ ଦୃଶ୍ୟ ନେଇ ‘ଫାଇଟର୍’ ନିର୍ମାତାଙ୍କୁ କୋର୍ଟ ନୋଟିସ୍
ନୂଆଦିଲ୍ଲୀ: ହ୍ରିତିକ୍ ରୋଶନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଫାଇଟର୍’ ବିବାଦରେ ଛନ୍ଦି ହୋଇପଡ଼ିଛି। ଫିଲ୍ମରେ ହ୍ରିତିକ୍-ଦୀପିକାଙ୍କ ଏକ ଚୁମ୍ବନ ଦୃଶ୍ୟକୁ ନେଇ ଆସାମର ଜଣେ ବାୟୁସେନା ଅଧିକାରୀ ସୌମ୍ୟଦୀପ ଦାସ ଫିଲ୍ମ ନିର୍ମାତାଙ୍କୁ କୋର୍ଟ ନୋଟିସ୍ ପଠାଇଛନ୍ତି। ଏହାଛଡ଼ା ଚଳଚ୍ଚିତ୍ରରେ ବାୟୁସେନାକୁ ଭୁଲ ଭାବେ ଉପସ୍ଥାପନ କରାଯିବା ଅଭିଯୋଗରେ ମାନହାନି ମାମଲା ବି ରୁଜୁ ହୋଇଛି। ଫିଲ୍ମର ଏକ ଦୃଶ୍ୟରେ ବାୟୁସେନା ୟୁନିଫର୍ମ ପିନ୍ଧି ହ୍ରିତିକ୍ ଓ ଦୀପିକା ପରସ୍ପରକୁ ଚୁମ୍ବନ ଦେଉଛନ୍ତି । [...]
Odiaକେନ୍ଦ୍ରମନ୍ତ୍ରୀଙ୍କ ପ୍ରତି ଡିଏମକେ ସାଂସଦଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ଲୋକସଭାରେ ହଙ୍ଗାମା
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଏଲ୍ ମୁରୁଗାନଙ୍କୁ ଟାର୍ଗେଟ କରି ଡିଏମକେ ନେତା ଟିଆର୍ ବାଲୁଙ୍କ ଆପତ୍ତିଜନକ ମନ୍ତବ୍ୟ ନେଇ ଲୋକସଭାରେ ମଙ୍ଗଳବାର ଶାସକ ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ଯୁକ୍ତିତର୍କ ଦେଖିବାକୁ ମିଳିଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଅଭିଯୋଗ କରିଛନ୍ତି ଯେ ଡିଏମକେ ସାଂସଦ ବାଲୁ କେନ୍ଦ୍ରମନ୍ତ୍ରୀ ମୁରୁଗାନଙ୍କ ବିରୋଧରେ ଏପରି ମନ୍ତବ୍ୟ ଦେଇ ସମଗ୍ର ଦଳିତ ସମ୍ପ୍ରଦାୟକୁ ଅପମାନିତ କରିଛନ୍ତି। ବାଲୁ [...]
Odiaବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ
ଭୁବନେଶ୍ୱର – ନୟାଗଡ଼ ଜିଲ୍ଲା ଯଦୁପୁରର ବହୁଚର୍ଚ୍ଚିତ ନାବାଳିକା ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି । ଏହି ମାମଲାରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ ଦେଇଛନ୍ତି ନୟାଗଡ଼ ଚିଲଡ୍ରେନ କୋର୍ଟ । ୨୦୨୦ ମସିହାରେ ନୟାଗଡ ଯଦୁପୁର ଅଞ୍ଚଳର ୫ ବର୍ଷୀୟ ଝିଅ ପରୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଘର ଆଗରେ ଖେଳୁଥିବାବେଳେ ପରୀ ନିଖୋଜ [...]
Odiaବାଣ କାରଖାନାରେ ବିସ୍ଫୋରଣ, ୭ ମୃତ
ଭୋପାଳ: ମଧ୍ୟ ପ୍ରଦେଶର ହରଦା ସହରରେ ମଙ୍ଗଳବାର ଏକ ବାଣ କାରଖାନାରେ ବିସ୍ଫୋରଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଘଟଣାରେ ୫୦ ଜଣ ଆହତ ହୋଇଛନ୍ତି। ସୋସିଆଲ ମିଡିଆରେ ଏହି ଘଟଣାର କିଛି ଭିଡିଓ ସାମ୍ନାକୁ ଆସିଛି । ଏଥିରେ ବାଣ କାରଖାନା ହୁତୁ ହୁତୁ ହୋଇ ଜଳିବା ସହ ପ୍ରଚଣ୍ଡ ବିସ୍ଫୋରଣ ହେଉଥିବା ଦେଖିବାକୁ ମିଳୁଛି। ଲୋକମାନେ ପ୍ରାଣ ବିକଳରେ ଦୌଡ଼ୁଛନ୍ତି । ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଜିଲ୍ଲା ଅଧିକାରୀଙ୍କ [...]
Odiaସମାନ ନାଗରିକ ସଂହିତା ବିଲ୍ ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ
ଡେରାଡୁନ୍: ବହୁ ପ୍ରତୀକ୍ଷିତ ସମାନ ନାଗରିକ ସଂହିତା ତଥା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି) ବିଲ୍ ମଙ୍ଗଳବାର ଉତ୍ତରାଖଣ୍ଡ ବିଧାନସଭାରେ ଉପସ୍ଥାପିତ ହୋଇଛି। ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏହି ବିଲ୍ ଉପସ୍ଥାପନ କରିଛନ୍ତିି। ମୁଖ୍ୟମନ୍ତ୍ରୀ ଏହି ବିଲ୍ ଉପସ୍ଥାପନ କରିବା ସମୟରେ ଶାସକ ଦଳର ବିଧାୟକମାନେ “ଭାରତ ମାତା କି ଜୟ, ବନ୍ଦେ ମାତରଂ ଓ ଜୟ ଶ୍ରୀରାମ” ସ୍ଲୋଗାନ ଦେଇଥିଲେ। ରବିବାର ରାଜ୍ୟ କ୍ୟାବିନେଟ୍ ୟୁସିସି ଡ୍ରାଫ୍ଟ [...]
Odiaବୌଦ୍ଧ ପୋଲିସ ଆଗରେ ଦୁଇ ମହିଳା ମାଓବାଦୀଙ୍କ ଆତ୍ମସମର୍ପଣ
ବୌଦ୍ଧ – ହିଂସା ଓ ମାଓ ଆନ୍ଦୋଳନ ପ୍ରତି ମୋହ ଭଙ୍ଗ । ଅସ୍ତ୍ର ଛାଡି ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି ଦୁଇ ଦୁର୍ଦ୍ଦାନ୍ତ ମହିଳା ମାଓବାଦୀ। କେକେବିଏନ ମାଓ ଡିଭିଜନର ଦୁଇ ମହିଳା ମାଓବାଦୀ ବୌଦ୍ଧ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଛତିଶଗଡ଼ର ମନିଷା ଥାଟି ଓ ଚମ୍ପା କୋରାମ । ଉଭୟ ଗତ ୫ ବର୍ଷ ହେବ ମାଓ କାର୍ଯ୍ୟକଳାପରେ ସଂପୃକ୍ତ ଥିଲେ । ଦକ୍ଷିଣାଞ୍ଚଳ ଆଇଜି ଜୟନାରାୟଣ ପଙ୍କଜଙ୍କ ଉପସ୍ଥିତିରେ [...]
Odiaରାଜଧାନୀରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
ଭୁବନେଶ୍ୱର – କିଛି ଦିନର ବ୍ୟବଧାନ ପରେ ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନସୁଗାର। ଏକ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି କମିଶନରେଟ ପୋଲିସର ସ୍ପେଶାଲ କ୍ରାଇମ ୟୁନିଟ । ଜବତ ବ୍ରାଉନସୁଗାରର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଏହି ଘଟଣାରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି।
Odiaହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ
ନୂଆଦିଲ୍ଲୀ: ହକି ଖେଳାଳି ବରୁଣ କୁମାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଜଣେ ୧୭ ବର୍ଷୀୟା ଯୁବତୀ ଏହି ଅଭିଯୋଗ କରିଛନ୍ତିି। ବରୁଣ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଗତ ୫ ବର୍ଷ ଧରି ବହୁଥର ବଳାତ୍କାର କରିଛନ୍ତିି ବୋଲି ସେ ଦାବି କରିଛନ୍ତି । ୨୦୧୯ରେ ଇନଷ୍ଟାଗ୍ରାମ ଜରିଆରେ ବରୁଣ କୁମାରଙ୍କ ସହ ତାଙ୍କ ବନ୍ଧୁତା ହୋଇଥିଲା ବୋଲି ଯୁବତୀ ଜଣକ କହିଛନ୍ତି। ଯୁବତୀ ଜଣକ ପୋଲିସରେ କରିଥିବା ଅଭିଯୋଗ ଅନୁସାରେ ଯେବେ [...]
