Odiaକେଜ୍ରିୱାଲଙ୍କ ବାସଭବନରେ ପୁଣି କ୍ରାଇମବ୍ରାଞ୍ଚ୍ ଟିମ୍
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି(ଆପ୍)ର ବିଧାୟକ ମାନଙ୍କୁ ଦଳବଦଳ ପାଇଁ ବିଜେପି ଟଙ୍କା ଯାଚିଥିବା ନେଇ ଅଭିଯୋଗର ତଦନ୍ତ ଲାଗି ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ ଟିମ୍ ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚି ତାଙ୍କୁ ପୁଣି ନୋଟିସ୍ ଦେଇଛନ୍ତି । ଗତକାଲି ରାତିରେ ମଧ୍ୟ ତାଙ୍କୁ ନୋଟିସ୍ ଜାରି କରିଥିଲା କ୍ରାଇମବ୍ରାଞ୍ଚ୍ । କେଜ୍ରିୱାଲଙ୍କୁ ଏହି ଅଭିଯୋଗର ପ୍ରମାଣ ଦେବାକୁ କହିଛି କ୍ରାଇମବ୍ରାଞ୍ଚ। କେଜ୍ରିୱାଲ କିଛି ଦିନ ତଳେ ଅଭିଯୋଗ କରିଥିଲେ ଯେ [...]
Odiaପୋଲିସ ଥାନାରେ ଶିବସେନା ନେତାଙ୍କୁ ଗୁଳିକଲେ ବିଜେପି ବିଧାୟକ
ଥାନେ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀର ଜଣେ ନେତାଙ୍କୁ ପୋଲିସ ଆଗରେ ଗୁଳି କରିଛନ୍ତିି ବିଜେପି ବିଧାୟକ । ଗୁଳିମାଡ଼ରେ ଶିବସେନା ନେତା ମହେଶ ଗାଇକୱାଡ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ବିଜେପି ବିଧାୟକ ଗଣପତି ଗାଇକୱାଙ୍କୁ ଗିରଫ କରିଛି। ଥାନେ ଜିଲ୍ଲାର ଉଲ୍ଲାସନଗର ହିଲ୍ ଲାଇନ୍ ପୋଲିସ ଥାନାରେ ଶୁକ୍ରବାର ରାତିରେ ଏହି ଘଟଣା ଘଟିଛି। ସୂଚନା ମୁତାବକ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ଦଳର [...]
Odiaଘର କାନ୍ଥରେ ପିଟି ହେଲା କାର୍, ପ୍ରାଣ ହରାଇଲେ ୪ ସାଙ୍ଗ
କଟକ – କଟକ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତିଗିରିଆ ଥାନା ଅନ୍ତର୍ଗତ ଗଦାଧରପୁର ଗାଁ ନିକଟରେ ଏକ ସଡକ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏକ କାର୍ ଭାରସାମ୍ୟ ହରାଇ ଗୋଟିଏ ଘରର କାନ୍ଥକୁ ଧକ୍କା ଦେଇଥିଲା । ଏଥିରେ କାରରେ ଥିବା ୪ ସାଙ୍ଗଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ମୃତକମାନଙ୍କ ମଧ୍ୟରେ ଜଣଙ୍କ ଘର ବାଙ୍କି ହରିରାଜପୁରର ହୋଇଥିବା ବେଳେ ଜଣଙ୍କ ଘର ବାଙ୍କି [...]
Odiaଆଜି ସଂଧ୍ୟାରେ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ
ଭୁବନେଶ୍ୱର – ଆଜି ସଂଧ୍ୟାରେ ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରୀ ପରିଷଦ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଅଧ୍ୟକ୍ଷତା କରିବେ । କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। କ୍ୟାବିନେଟ ପରେ ମନ୍ତ୍ରୀ ପରିଷଦ ବୈଠକ ମଧ୍ୟ ଅନୁଷ୍ଠିତ ହେବ । ବିଧାନସଭାର ଆସନ୍ତା ଅଧିବେଶନରେ ଆଗତ ହେବାକୁ ଥିବା କାମଚଳା ବଜେଟ୍ କୁ ବୈଠକରେ ମଞ୍ଜୁରୀ ମିଳିବା ସମ୍ଭାବନା ରହିଛି। ଚଳିତମାସ ୫ ତାରିଖରୁ ଆରମ୍ଭ [...]
Odiaଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର କରିବେ ଲୋକାର୍ପଣ ଓ ଶିଳାନ୍ୟାସ
ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି । ଦିନିକିଆ ଗସ୍ତରେ ପ୍ରଧାନମନ୍ତ୍ରୀ ସମ୍ବଲପୁର ଯିବେ । କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ସମ୍ବଲପୁର ଆଇଆଇଏମର ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିବେ । ଏହି ଲୋକାର୍ପଣ କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ । ଅନ୍ୟ କେତେକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ସମ୍ବଲପୁର ରେଳ ଷ୍ଟେସନର ନବୀକରଣ, ସମ୍ବଲପୁର-ତାଳଚେର ୧୬୮ କିଲୋମିଟର ରେଳପଥ ଏବଂ [...]
Odiaଐତିହାସିକ ଦିନ : ଆଜି ଭୁବନେଶ୍ବରରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବେ ପ୍ରଥମ ବିଶ୍ଵ ଓଡ଼ିଆ ସମ୍ମିଳନୀ
ଭୁବନେଶ୍ବର – ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା ଭାବେ ମାନ୍ୟତା ପାଇବାର ୧୦ ବର୍ଷ ପରେ ଆଜି ଆୟୋଜିତ ହେଉଛି ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ। ଓଡ଼ିଆ ଅସ୍ମିତାର ପରିଚୟ ବହନ କରୁଥିବା ତିନି ଦିନିଆ ବିଶ୍ୱ ସମ୍ମିଳନୀକୁ ଆଜି ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ଵରର ଜନତା ମଇଦାନରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସମ୍ମିଳନୀ ପାଇଁ ଦେଶବିଦେଶରୁ ଅତିଥିମାନେ ଭୁବନେଶ୍ବରରେ ପହଞ୍ଚିବା ଆରମ୍ଭ କଲେଣି । ସୂଚନାଯୋଗ୍ୟ ଯେ, ପ୍ରଥମ [...]
Odiaଶନିଦେବ କିଏ….ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ
ଶନିଦେବ କିଏ….ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ :- ଶନିଦେବଙ୍କ ନାମ ଶୁଣିଲେ ପ୍ରାୟ ସମସ୍ତେ ଭୟ କରିଥାନ୍ତି; କିନ୍ତୁ ଶନି କେବଳ କର୍ମଫଳ ଦାତା; ସେ ମୋକ୍ଷ ପ୍ରାପ୍ତିର ମାର୍ଗ; ପ୍ରକୃତିକୁ ସନ୍ତୁଳନ ପାଇଁ ପ୍ରତି ପ୍ରାଣୀ ପ୍ରତି ଉଚିତ ନ୍ୟାୟ ପ୍ରଦାନ କରିଥାନ୍ତି; ଅନୁଚିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ସେ ଉଚିତ ଦଣ୍ଡ ଦେଇଥାନ୍ତି; ଯେଉଁ ବ୍ୟକ୍ତି ତାର ଆଚାର ବ୍ୟବହାରରେ ସନ୍ତୁଳନ ରକ୍ଷା କରିଥାଏ, ସେ ତାଙ୍କ ପ୍ରତି ପ୍ରସନ୍ନ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ଚହୁଁ ଦିସି ଚିତଇ ପୁଁଛି ମାଲୀଗନ । ଲଗେ ଲେନ ଦଲ ଫୁଲ ମୁଦ୍ରିତ ମନ ॥ ତେହି ଅବସର ସୀତା ତହଁ ଆଈ । ଗିରିଜା ପୂଜନ ଜନନି ପଠାଈ ॥ ଭାବାର୍ଥ :- ଚାରିପଟେ ଦୃଷ୍ଟି ବୁଲାଇ ବଗିଚାରେ କାମ କରୁଥିବା ମାଳି ମାନଙ୍କୁ ପଚାରି ଆବଶ୍ୟକତା ଅନୁସାରେ ପତ୍ର ଫୁଲ ଆଦି ସଂଗ୍ରହ କରିବାକୁ ଲାଗିଲେ । ସେହି ସମୟରେ ମା ସୀତା ସେହି ବଗିଚାକୁ ଆସିଲେ [...]
Odiaଗୀତା ଉପଦେଶ : ଆତ୍ମାର ମୃତ୍ୟୁ ନଥାଏ, ଏହା କେବଳ ତାର କଳେବର ପରିବର୍ତ୍ତନ କରିଥାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ ଦ୍ଵିତୀୟ ଅଧ୍ୟାୟରେ କହୁଛନ୍ତି : – ବାସାଂସି ଜୀର୍ଣ୍ଣାନି ଯଥା ବିହାୟ ନବାନି ଗୃହ୍ଣାତି ନରୋଽପରାଣି । ତଥା ଶରୀରାଣି ବିହାୟ ଜୀର୍ଣ୍ଣା- ନ୍ୟନ୍ୟାନି ସଂଯାତି ନବାନି ଦେହୀ। ଅର୍ଥାତ୍ ଶ୍ରୀକୃଷ୍ଣ କହୁଛନ୍ତି ଯେପରି ଜଣେ ବ୍ୟକ୍ତି ପୁରାତନ ବସ୍ତ୍ର ତ୍ୟାଗ କରି ନୂତନ ବସ୍ତ୍ର ଧାରଣ କରନ୍ତି। ସେହିପରି ଆତ୍ମା ମୃତ୍ୟୁ ସମୟରେ ଜରାଜୀର୍ଣ୍ଣ ଶରୀର ତ୍ୟାଗ କରି ନୂତନ ଶରୀର ଧାରଣ କରେ।
Odiaଜଷ୍ଟିସ ଚକ୍ରଧାରୀ ଶରଣ ସିଂହ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ – ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ହୋଇଛନ୍ତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂହ । ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଷ୍ଟିସ ଚକ୍ରଧାରୀ ସିଂହ ବର୍ତ୍ତମାନ ପାଟନା ହାଇକୋର୍ଟର ବରିଷ୍ଠ ବିଚାରପତି ଅଛନ୍ତି । ଗତ ନଭେମ୍ବରରେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱ।ଇ ଚନ୍ଦ୍ରଚୂଡଙ୍କ ନେତୃତ୍ଵାଧୀନ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କ ନାମ କେନ୍ଦ୍ର [...]
