Odiaଆସନ୍ତାକାଲିଠାରୁ ପ୍ରଥମ ବିଶ୍ଵ ଓଡିଆ ଭାଷା ସମ୍ମିଳନୀ : କଳାମଣ୍ଡଳ ପରିସରରେ ‘ଅକ୍ଷର ଭୂମି’ ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ଆସନ୍ତାକାଲିଠାରୁ ଫେବୃୟାରୀ ତିନି ଦିନ ଧରି ଭୁବନେଶ୍ଵରର ଜନତା ମଇଦାନରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀକୁ ଆହୁରି ସ୍ମରଣୀୟ କରିବା ନିମନ୍ତେ ଭୁବନେଶ୍ଵରର କଳାମଣ୍ଡଳ ପରିସରରେ ନିର୍ମିତ ହୋଇଛି ଅକ୍ଷରଭୂମି । ଆଜି ସନ୍ଧ୍ୟାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଅକ୍ଷର ଭୂମିର ଲୋକାର୍ପଣ କରିଛନ୍ତି । ପ୍ରଥମ ବିଶ୍ଵ ଓଡ଼ିଆ ଳଭାଷା ସମ୍ମିଳନୀକୁ ସ୍ମରଣୀୟ କରିବା ପାଇଁ ଖାଣ୍ଡେଲାଇଟ ପଥରରେ କଳିଙ୍ଗ [...]
Odiaଭାଷା ହିଁ ଭବିଷ୍ୟତ: ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ଭୁବନେଶ୍ବର ପ୍ରସ୍ତୁତ
ଭୁବନେଶ୍ବର – ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ରାଜଧାନୀ ଭୁବନେଶ୍ଵର ଆୟୋଜନ କରିବ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଓଡ଼ିଆ ଅସ୍ମିତାର ପରିଚୟ ବହନ କରୁଥିବା ଏହି ତିନି ଦିନିଆ ସମ୍ମିଳନୀ ପାଇଁ ଅତିଥିମାନେ ଭୁବନେଶ୍ବରରେ ପହଞ୍ଚିବା ଆରମ୍ଭ କଲେଣି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନତା ମଇଦାନରେ ନିର୍ମିତ ହୋଇଥିବା ଅକ୍ଷରଭୂମିରେ ସମ୍ମିଳନୀକୁ ଉଦଘାଟନ କରିବେ । ଏହି ସମ୍ମିଳନୀ ଆୟୋଜନ ପାଇଁ ଗତବର୍ଷ [...]
Odiaସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ରଚିଲେ ଦ୍ୱାରା ନୂଆ ଇତିହାସ : ଘଣ୍ଟାଏରେ ଅପଲୋଡ୍ ହେଲା ସର୍ବାଧିକ ପୁସ୍ତକର ହାତଲେଖା ଚିଠା
ଭୁବନେଶ୍ୱର – ଓଡ଼ିଶାର ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି ବିଶ୍ୱ ରେକର୍ଡ଼ । ପ୍ରଥମ ବିଶ୍ୱ ଓଡି଼ଆ ଭାଷା ସମ୍ମିଳନୀ ଉଦ୍ଦେଶ୍ୟରେ ବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀମାନେ ସାହିତ୍ୟ ସୃଜନୀ କ୍ଲବ ମାଧ୍ୟମରେ ‘ମୋ କଥା ମୋ କହାଣୀ’ ପୁସ୍ତକ ରଚନା କରିଥିଲେ । ଶୁକ୍ରବାର ଦିନ ଏହି ପୁସ୍ତକର ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ଅପଲୋଡ୍ କରି ଗିନିଜ ବୁକ ଅଫ୍ ୱାର୍ଲଡ ରେକର୍ଡ ସୃଷ୍ଟି କରିଛନ୍ତି [...]
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
ଭୁବନେଶ୍ୱର – ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଧର୍ମପଦ ପୁରସ୍କାର ପାଇଥିବା ବରିଷ୍ଠ ଶିଳ୍ପୀମାନଙ୍କର କଳାକୃତିକୁ ନେଇ ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ସ୍ଥାନୀୟ ନିଳାଦ୍ରୀ ବିହାର ସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀ ଠାରେ ଉଦଘାଟିତ ହୋଇଯାଇଛି । ଏକାଡେମୀର ସଭାପତି ତଥା ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏଥିରେ ପୌରହିତ୍ୟ କରିଥିଲେ । ଧର୍ମପଦ ପୁରସ୍କାରପ୍ରାପ୍ତ [...]
Odiaଯଶସ୍ବୀଙ୍କ ଅପରାଜିତ ଶତକ, ଭାରତ ୩୩୬/୬
ବିଶାଖାପାଟନମ୍: ଯୁବ ଓପନର୍ ଯଶସ୍ୱୀ ଜୈସୱାଲଙ୍କ ଅପରାଜିତ ୧୭୯ ରନର ଇନିଂସ ବଳରେ ଭାରତ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିନରେ ୬ ୱିକେଟ୍ ହରାଇ ୩୩୬ ରନ୍ କରିଛି। ବାମହାତୀ ବ୍ୟାଟ୍ସମ୍ୟାନ୍ ଜୈସୱାଲ ଚମତ୍କାର ପ୍ରଦର୍ଶନ ସହ ୮୯ ବଲରେ ନିଜ ଅର୍ଦ୍ଧଶତକ ପୂରଣ କରିଥିଲେ । ପରେ ଆଉ ୬୨ଟି ବଲରେ କ୍ୟାରିୟରର ଦ୍ୱିତୀୟ ଟେଷ୍ଟ ଶତକ ହାସଲ କରିଥିଲେ। ଏଥିସହ ଏହି ୨୨ ବର୍ଷୀୟ ବ୍ୟାଟ୍ସମ୍ୟାନ୍ [...]
Odiaବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଭୁବନେଶ୍ଵର: ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ପଦ୍ମଶ୍ରୀ ସାଧୁ ମେହେରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଶୋକ ବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପଦ୍ମଶ୍ରୀ ସାଧୁ ମେହେର ତାଙ୍କର ବଳିଷ୍ଠ ଅଭିନୟ ଓ ନିର୍ଦ୍ଦେଶନା ପାଇଁ ଓଡିଶା ସମେତ ଜାତୀୟ ସ୍ତରରେ ଜଣେ ପ୍ରଶଂସନୀୟ ବ୍ୟକ୍ତିତ୍ୱ ଥିଲେ । ଉଭୟ ହିନ୍ଦି ଓ ଓଡିଆ ଚଳଚ୍ଚିତ୍ରରେ ସେ ତାଙ୍କର ନିଖୁଣ ଅଭିନୟର ଛାପ ଛାଡି ଯାଇଛନ୍ତି। ସେ [...]
Odiaବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ସାଧୁ ମେହେରଙ୍କ ଦେହାନ୍ତ
ମୁମ୍ବାଇ – ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ ଓ ପ୍ରଯୋଜକ ସାଧୁ ମେହେରଙ୍କ ପରଲୋକ ହୋଇଯାଇଛି। ଉଭୟ ଓଡ଼ିଆ ଓ ହିନ୍ଦୀ ଚଳଚିତ୍ର ଓ ଧାରାବାହିକରେ ନିଜର ଅଭିନୟ ଦକ୍ଷତା ପ୍ରଦର୍ଶନ କରିଥିବା ସାଧୁ ମେହେରଙ୍କ ମୁମ୍ବାଇରେ ପରଲୋକ ହୋଇଯାଇଛି। ବିଶେଷ କରି ହିନ୍ଦୀ ସମାନ୍ତରାଳ ସିନେମାରେ ସେ ଅଭିନୟ କରି ବେଶ୍ ଲୋକପ୍ରିୟ ହୋଇପାରିଥିଲେ। ଶ୍ୟାମ ବେନେଗଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଅଙ୍କୁର’ ପାଇଁ ସାଧୁ ମେହେରଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ପୁରସ୍କାର ମିଳିଥିଲା । [...]
Odiaହେମନ୍ତ ସୋରେନଙ୍କୁ ୫ ଦିନ ଇଡି ହାଜତ
ରାଞ୍ଚି: ଜମି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଝାଡ଼ଖଣ୍ଡର ଏକ ସ୍ୱତନ୍ତ୍ର ପିଏମ୍ଏଲ୍ଏ (ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ) କୋର୍ଟ ଶୁକ୍ରବାର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୫ ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି। ଇଡି ଗୁରୁବାର ସୋରେନଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଅନୁରୋଧ କରିଥିଲା। କୋର୍ଟ ଇଡି ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ ଓ ସୋରେନଙ୍କୁ ଗୋଟିଏ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ [...]
Odiaଇନ୍ଦ୍ରାବତୀ କେନାଲରୁ ମିଳିଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ
ଧର୍ମଗଡ – କେନାଲରୁ ମିଳିଲା ନିଖୋଜ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ। ଇନ୍ଦ୍ରାବତୀ ଉଠା ଜଳସେଚନ କେନାଲରେ କନିଷ୍ଠ ଯନ୍ତ୍ରୀ ଭବାନୀଶଙ୍କର ମହନ୍ତଙ୍କ ମୃତଦେହ ମିଳିଛି। ଭବାନୀ ଶଙ୍କର ଗତକାଲି ସନ୍ଧ୍ୟାରୁ ନିଖୋଜ ଥିବା ନେଇ ଜୟପାଟଣା ଥାନାରେ ଉଠା ଜଳସେଚନ ପ୍ରକଳ୍ପର ଏସ୍ଡିଓ ଏତଲା ଦେଇଥିଲେ । ଭବାନୀଶଙ୍କର ଙ୍କ ବାଇକ୍ , ପର୍ସ ଓ ଆଧାର କାର୍ଡ କେନାଲ ହୁଡ଼ାରୁ ମିଳିଛି । ମୃତ୍ୟୁର କାରଣ ଜଣାପଡ଼ିନାହିଁ। ପୋଲିସ ଘଟଣାର ତଦନ୍ତ ଚଳାଇଛି।
Odiaରାଜନୀତିରେ ପ୍ରବେଶ କରିବେ ତାମିଲ ସୁପରଷ୍ଟାର ବିଜୟ, ଗଠନ କଲେ ଦଳ
ଚେନ୍ନାଇ: ପ୍ରଖ୍ୟାତ ତାମିଲ ଅଭିନେତା ବିଜୟ ରାଜନୀତିରେ ପ୍ରବେଶ କରିବାକୁ ଘୋଷଣା କରିଛନ୍ତି। ସେ ନିଜର ଏକ ରାଜନୈତିକ ଦଳ ‘ତାମିଝାଗା ଭେଟ୍ରି କାଝାଗମ(ଟିଭିକେ)’ ଗଠନ କରିଛନ୍ତି । ବିଜୟ ତାଙ୍କର ଏହି ଦଳ ସହ ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନ ଲଢ଼ିବେ। ବିଜୟ ଏକ ବିବୃତ୍ତିରେ କହିଛନ୍ତି, ରାଜନୀତି ଏକ ପେସା ନୁହେଁ ବରଂ ଏକ ‘ପବିତ୍ର ଜନସେବା’। ‘ତାମିଝାଗା ଭେଟ୍ରି କାଝାଗମ’ ର ଅର୍ଥ ହେଉଛି ‘ତାମିଲନାଡୁ ବିଜୟ ପାର୍ଟି’ । ତାଙ୍କ ଘୋଷଣା [...]
